ଥିଲା ପରିବେଶ କେଡେ ସୁନ୍ଦର ।
ସବୁଜ ଶୀତଳ ସୁ ମୋନହର ।।

ଗଛ ଡା଼ଳେ ବସି ବିହଂଗ ମାନେ ।
ଗାଉଥିଲେ ଗୀତ ଆନନ୍ଦ ମନେ ।।

ଜଙ୍ଗଲରେ ଥିଲେ ଅନେକ ପଶୁ ।
ଜଗୁଥିଲେ ଆମ ପରିବେଶକୁ ।।

ଶିକାର କରିଲେ ଶିକାରୀ ଭାଇ ।
ଜଙ୍ଗଲରେ ପଶୁ ରହିବେ କାହିଁ ?

ନେଇଗଲେ ମାଂସ ଚମଡା ହାଡ଼ ।
ଦୂର ଦେଶେ କଲେ ଭଲ ବେପାର ।।

କାଟି ନେଇଗଲେ ସମସ୍ତ ଗଛ ।
ପରିବେଶ ଏବେ ହେଲା ଦୂଷିତ ।।

ଗଢି କାରଖାନା ଚଢିଲେ ଗାଡି ।
ବାହାରିଲା ଏବେ ଅନେକ ଧୂଳି ।।

ପାଦପ ନାହିଁ କି ବିପିନ ନାହିଁ ।
ପବନ ଜୀବନ ମିଳିବ କାହିଁ ?

ଆସ ସାବଧାନ ସଭିଏଁ ହେବା ।
ଆମ ପରିବେଶ ସ୍ୱଚ୍ଛ ରଖିବା ।।


ରଚନା : ରୁଦ୍ରରୂପା ଵ୍ରହ୍ମା

ଠିକଣା : ହାଇସ୍କୁଲ ସାହି, ଚିକିଟୀ ଗଡ଼, ଗଞ୍ଜାମ,  ଦୂରଭାଷ : 9437858788