
ଭକ୍ତି ପୁଷ୍ପ ଧରି ମନ ବ୍ୟୋମଯାନେ
ଆସିଛି ତୋ ପାଶେ ଧାଇଁ,
କର୍ମଫଳ ସବୁ ତୋ ପାଦ ପଙ୍କଜେ
ସମର୍ପି କଳାଗୋସାଇଁ।
ଶ୍ରୀପଦେ ଥାଇ ମୁଁ ନୟନ ପୁରାଇ
ଦେଖିବି ଚକାନୟନ,
ତୋ ଛଡା ତୁଳସୀ ଟିକେ ପାଇ ଦେଇ
ହୋଇଯିବି ମୁହିଁ ଧନ୍ୟ।
ବାଇଶି ପାହାଚେ ଗଡିବି କାଳିଆ
ତୋ ମହାମନ୍ତ୍ରକୁ ଧ୍ୟାୟୀ,
ଭୋକ ଶୋଷ ସବୁ ଭୁଲିଯିବି ପେଟେ
ଟଙ୍କ ତୋରାଣିରୁ ପିଇ।
କରୁଣାମୟ ହେ କରୁଣାରୁ ଉଣା
କରିବୁନି ମୋର ରାଣ,
ଏତିକି କରୁଣା ରହିଲେ ମୋ ପରେ
ଲୋଡିବିନି କିଛି ଆନ।
ଆହେ କାଳୀୟଗଞ୍ଜନ।
ପ୍ରଣତି ମହାପାତ୍ର
ବାଲେଶ୍ଵର
