ଆଜି ସକାଳୁ ସକାଳୁ ମୁଁ କିଛି ଖୋଜି ବୁଲିଥିଲି ସ୍ଵାଧୀନତା ଦିବସ ଉପଲକ୍ଷେ କିଛି ନୂତନ ଜିନିସ ଠଉରିବା ପାଇଁ । ଦେଶ ୭୩ ତମ ସ୍ବାଧିନତା ଦିବସ ପାଳନ କରୁଥିବା ସମୟରେ ।ମୁଁ କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ପାଇଥିଲି । ଯାହା ମୁଁ ଜଣେ ଭାରତୀୟ ନାଗରିକ ହିସାବରେ ମୋ ମନକୁ ବହୁତ ଶକ୍ତ ଆଘାତ ଦେଇଥିଲା ।ଯାହା ଆଜିବି ବାରି ହେଇଯାଉଛି ।ଦେଶ ସ୍ବାଧୀନ ହେଲେ ମଧ୍ୟ ପରାଧୀନ ଭିତରେ ଏବେବି ବୁଡ଼ି ରହିଛି ।ଏହାର କହିବାର କାରଣ ହେଲା ।ଯେହେତୁ ଆଜି ସ୍ଵାଧୀନତା ଦିବସ ।ଏହି ଅବସର ରେ ସହର ରୁ ପଲ୍ଲି ପର୍ଯ୍ୟନ୍ତ ଏହି ଦିବସ ସାଜ ସଜା ସହିତ ବହୁତ ଆଡ଼ମ୍ବର ସହକାରେ ପାଳନ କରାଯାଏ ।ଏହା ବି ଆଜି ମୁଁ ଏହା ଆମ ଗ୍ରାମ ରେ ବି ଦେଖି ପାଇଥିଲି ।ବିଭିନ୍ନ କ୍ଲବ ଆଉ ସରକାରି,ବେସରକାରୀ ସ୍କୁଲ ରେ ମଧ୍ୟ ପାଳନ ଏହା କରାଯାଏ । ଆଜି ଏକ ବିଡ଼ମ୍ବନା ର ଦୃଶ୍ୟ କିଛି ଦେଖିବାକୁ ପାଇଥିଲି । ଯେହେତୁ ସବୁଠାରେ ଭାରତମାତା ର ମାନଚିତ୍ର ସହ ଜାତୀୟ ପତାକା କୁ ବିଭିନ୍ନ ରଙ୍ଗ ଓ ଫୁଲ ସହିତ ସାଜ ସଜା କରାଯାଏ । ଏହା ସ୍ଵାଧୀନତା ଦିବସ ପାଳନ କରିବା ପାଇଁ ଖାଲି କରାଯାଇ ନଥାଏ । ଏହା ଆମ ସମାଜର ସମଗ୍ର ମନୁଷ୍ୟ ପାଇଁ ଏକ ଜାତୀୟ ସହନ୍ତି ବାର୍ତ୍ତା ବହନ କରେ ଓ କିଭଳି ଭାରତ ମାତାକୁ ଓ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନ ଦୋପାଇଁ ଏହା ଉଦ୍ଦିଷ୍ଟ କହିବାକୁ ଗଲେ ଅତ୍ରୁକ୍ତି ହେବନାହିଁ । କିନ୍ତୁ ମୋ ଆଖିରେ ଯାହା ଆଜି ଦୃଷ୍ଟି ଗୋଚର ହେଲା ତାହା ବହୁତ ନିନ୍ଦନୀୟ ।
ଆଜିବି ଲୋକ ଭାରତ ମାତା କଣ ଜାଣି ନାହାନ୍ତି । ସେମାନେ କଣ ଭାରତ ମାତାକୁ ସମ୍ମାନ ଦେବେ । ଗ୍ରାମର ପ୍ରମୁଖ ଛକ ଓ ଗଳିରେ ଆଜି ବିଭିନ୍ନ ଭାରତ ମାଆ ର ମାନଚିତ୍ର କୁ ଚିତ୍ର ମାଧ୍ୟମରେ ସୂଚାଇ ଦିଆ ହୋଇଥିଲା ଯାହା ବିଭିନ୍ନ ଅନୁଷ୍ଠାନ ର କର୍ମ କର୍ତ୍ତା ମାନେ ସାରା ରାତି ଅନିଦ୍ରା ହୋଇ ଏହାକୁ ପ୍ରସ୍ତୁତ କରନ୍ତି ।କିନ୍ତୁ କିଛି ଅଶିକ୍ଷିତ ବ୍ୟକ୍ତି ଏହାକୁ ସାଇକେଲ ତାର ଉପରେ ଚଢାଇ ଯାଆନ୍ତି ।ଆଉ କିଛି ତା ଉପରେ ଚାଲି କି ଯାଆନ୍ତି ଏହା କେତେଦୂର ଠିକ୍ ।କିଛି ବ୍ୟକ୍ତି ଏହାର ପ୍ରତିରୋଧ କରିବା କୁ ଯାଇ କ ସେହି ବ୍ୟକ୍ତିଙ୍କୁ ସଚେତନ କଲାବେଳେ ସେହି ପ୍ରତିରୋଧ କରୁଥିବା ଲୋକମାନେ ବିଭିନ୍ନ କଟୁ ଭାଷା ର ଶିକାର ହେଲେ ଓ ତା ସହିତ ମାଡ଼ ଖାଇବାକୁ ବି ପଡ଼ିଥିଲା ଏହା କଣ ଠିକ୍ କରାଗଲା ତାଙ୍କ ଉପରେ।ଆଉ କିଛି ବ୍ୟକ୍ତି ଆଜିବି ସ୍ଵାଧୀନତା ଦିବସ ବୋଲେ ଖାଲି ଗ୍ରାମ ଭ୍ରମଣ ଆଉ ସେଉ ବୁନ୍ଦି ଖାଇବାକୁ ବୁଝନ୍ତି ।ସେମାନେ ଦେଶ କେବେ ସ୍ବାଧୀନ ହୋଇଥିଲା ଆଉ କିଏ କରିଥିଲେ ଏହା କେଉଁଥି ପାଇଁ ପାଳନ କରାଯାଉଛି ।ତାହା ସେମାନେ ଅଜ୍ଞ, ମୋତେ ବେଶି ଦୁଃଖ ଲାଗୁଥଲା ଯେ ଯେଉଁ ବୀର ପୁଅ ମାନଙ୍କୁ ଯୋଗୁ ଆଜିର ଦିନଟି ତାଙ୍କ ବଳିଦାନ ରେ ପାଳନ କରାଯାଉଛି ।
ଆଜିବି ସେହି ବୀର ମାଟିର ପୁଅକୁ ଆଉ ସେହି ମାତୃଭୂମିକୁ ଲୋକ ସମ୍ମାନ ଦେଇଯାଣିନାହାନ୍ତି । ତାହା ଦୁଃଖର ପରିତାପ ର ବିଷୟ । ଖାଲି ସେତିକି ନୁହଁ । ଯେହେତୁ ଆମ ସ୍କୁଲ୍ ଏକ ସମର ଶିକ୍ଷାର୍ଥୀ ବାହିନୀ ର ଅନ୍ତର୍ଭୁକ୍ତ । ସେଥିପାଇଁ ପ୍ରତି ବର୍ଷ ଜାନୁଆରୀ ୨୬,ଆଉ ଅଗଷ୍ଟ ୧୫ କୁ । ଏନ୍ ସି ସି ,ପିଲାଙ୍କ ସହିତ ସ୍କୁଲ୍ ର ଅନ୍ୟ ଛାତ୍ର ଛାତ୍ରୀ ମାନେ ମିଳିତ ପାରେଡ୍ ରେ ଗ୍ରାମ ପରିଭ୍ରମଣ କରି ଆସନ୍ତି । ଏଥିପାଇଁ ଦେଖିବା ନିମନ୍ତେ ରାସ୍ତାର ଦୁଇ ପାର୍ଶ୍ୱରେ ବହୁତ ଜନ ସମାଗମ ଦେଖି ବାକୁ ମିଳିଥାଏ ।ଯାହା ଫଳରେ ସାଧାରଣ ଜନତା କିଛି ସମୟ ପାଇଁ ନିଜର ଯାନ ବାହାନ କୁ ସ୍ଥଗିତ ରଖି ସେମାନ ଙ୍କୁ ଛାଡ଼ି ଥାନ୍ତି ପାରେଡ କରିବାକୁ ।କିନ୍ତୁ ଆଜି ବି କିଛି ଲୋକ ମୁଁ ଦେଖିବାକୁ ପାଇଲି ଗାଡ଼ି କଣ ରୋକିବେ ଗାଡ଼ିକୁ ପିଲାଙ୍କ ଭିତରେ ବି ନେଇକି ଯାଇଥିଲେ ଯଦିଓ କୌଣସି ଦୁର୍ଘଟଣା ଘଟିଯିବ ସେଥିପାଇଁ ଦାଇ କିଏ ହେବ କିନ୍ତୁ ଏଠାରେ ଶିକ୍ଷକ ରୋକିବାକୁ ଚାହୁଁ ଥିଲେ ମଧ୍ୟ କେହି ମାନିବାକୁ ନାରାଜ ଏହି ପରିସ୍ଥିତିରେ ଏହି ଭଳି ଲୋକଙ୍କୁ ମୁଁ ଦେଖି ଚକିତ ହୋଇ ଯାଇଥିଲି ।ଏମାନେ ନିଜେ ଶୃଙ୍ଖଳିତ ନୁହଁ ଏମାନେ ଦେଶ ଓ ସମାଜ କୁ କଣ ଶୃଙ୍ଖଳା ସିଖେଇବେ ।ଓଲଟି ଏନ୍ ସି ସି ପିଲାଙ୍କ ଠାରୁ ଶିଖିବା କଥା ,ଖାଲି ସେତିକି ନୁହଁ ।କିଛି ଲୋକ ପିଲାଙ୍କ ଧାଡ଼ି ଭାଙ୍ଗି ମଧ୍ୟ ତାହାର ଭିତରେ ପ୍ରବେଶ କରି ରାସ୍ତା ପାର ହେବାକୁ ମଧ୍ୟ ଚେଷ୍ଟାକରି ଜବର ଦସ୍ତ୍ ଯାଉଥିଲେ ଏହା କଣ ଠିକ୍ ଆପଣ ମାନେ କୁହନ୍ତୁ । ଏଥିରୁ ସ୍ପଷ୍ଟ ବାରି ହେଇଯାଉଛି ।ଦେଶ ଆଜି ୭୩ ତମ ସ୍ବାଧିନତା ଦିବସ ପାଳନ କରୁଥିଲେ ମଧ୍ୟ ।ଆମେ ପରାଧୀନ ଭିତରେ ବୁଡ଼ି ରହିଛେ ଆଉ ଏହିଭଳି କିଛି ଶିକ୍ଷିତ ହୋଇ ମଧ୍ୟ ଅଶିକ୍ଷିତ ର ପ୍ରମାଣ ଦେଉଥିବା ବ୍ୟକ୍ତି ଙ୍କ ଯୋଗୁ ବିଶ୍ଵ ମାନସ ପଟରେ ଆଜି ଆମେ ନିନ୍ଦନୀୟ କିଛି ପରିମାଣରେ। ଶେଷରେ ଭାରତ ମାତାକୁ ପ୍ରଣାମ ଜଣେଇ ,ସ୍ଵାଧୀନତା ଦିବସ ରେ ଏହି ଭଳି ଲୋକଙ୍କ ମନରେ ସଦଭାବନା ଜାଗ୍ରତ କରାଇବା ପାଇଁ ଭାରତ ମାତା କୁ ଜଣାଇ ଲି ମୋ ପ୍ରାର୍ଥନା ମାଧ୍ୟମରେ ।ଜୟ ଭାରତ ମାତା ।
Writer's Details: ସରୋଜ କୁମାର ଜେନା,
ବାଲିଝରୀ,ନରସିଂହପୁର,କଟକ, ପିନ୍,-୭୫୪୦୩୭,
ମୋ -୯୩୪୮୭୮୩୭୯୧,୮୦୧୮୫୨୬୫୩୬
Content Category:
Submission Date: Nov 12, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.