• ଅପ୍ରମିତ ତୋ ମହିମା ଯେ
• ନାହିଁ ତୋର ଗୁଣ ସୀମା
• କେ ପାରିବ କହି ଜଗତ ଆତ୍ମାର ଅରୂପ ରୂପ
• କେ ବର୍ଣ୍ଣିବ ତା ବଡିମା ।।
•
• ଅନନ୍ତ କୋଟି ବ୍ରହ୍ମାଣ୍ଡ ହେ
• ଲୋମ ମୂଳେ ଚୋର ସ୍ଥିତ
• ଆଖିର ପଲକେ ଭାଙ୍ଗି ଗଢି ପାରୁ ବିଶ୍ଵ ସଂସାର
• ତୁ ଯେ ଅନାଦି ଅନନ୍ତ ।।
•
• ଅଦୃଶ୍ୟ ତୋହର ରୂପ ଯେ
• ପୁଣି ସଚରାଚରେ ବିଦିତ
• ଚିହ୍ନା କୁ ଅଚିହ୍ନା,ଅଚିହ୍ନାକୁ ଚିହ୍ନା ଦେଉତୁ କେବେ
• ସତ୍ୟରେ ତୁ ବିରାଜିତ ।।
•
• କଳ୍ପ କଳ୍ପ କରି ତପ ଯେ
• ନପାଇଲେ ବ୍ରହ୍ମା ଶିବ
• ଅଜ୍ଞାନି ଧୀବର ପଦଧୋଇ ତୋର ଲଭିଲା ମୋକ୍ଷ
• ଭକତ ପ୍ରାଣ ବାନ୍ଧବ ।।
•
• ସିନ୍ଧୁସୁତା ପ୍ରାଣ ବନ୍ଧୁ ହେ
• ନୀଳାଦ୍ରି ଶେଖର ଇନ୍ଦୁ
• ଦୁଃଖ ମୟ ମୋର ଜୀବନ ଜାତକ କି ନାରଖାର
• ଦିନ ବିତେ କାନ୍ଦୁ କାନ୍ଦୁ ।।
•
• ପ୍ରଭୁ କଳ୍ପ ବଟ ମୂଳରେ ହେ
• ନୀଳଶଇଳ ଗୁହାରେ
• ବସି କି ଦେଖୁଛ ଦାରୁ ରୂପରେ ହେ ବିଶ୍ଵ ପୁରୁଷ
• ନଶୁଣୁଛ ଦୁଃଖ ବାରେ ।।
•
• ବିଶ୍ଵାସ ଯାଉଛି ତୁଟି ହେ
• ଥରେ ଦେଖାଦିଅ ଆସି
• ଅଧର୍ମ ବିନାଶି ଭକ୍ତ,ସାଧୁ,ସନ୍ଥେ ଶରଣ ଦିଅ
• ଶୁଣ ପ୍ରଫୁଲ୍ଲ ମିନତୀ ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.