ଜିଣା କୃଷ୍ଣଚୁଡ଼ା ଓଠର ଧାରରେ
ତୃଷ୍ଣା ପିଆଲାର ଚିହ୍ନ,
ଛନ୍ଦ ତା ଆଜି ଅଧୀରେ ସ୍ପନ୍ଦନ
ସଲ୍ଲଜେ ଉଚ୍ଛନ୍ନ ମନ.
ଖୋଜିବା ଠିକଣା ପାଉନାହିଁ ବୋଲି
ହୃଦୟେ ପଚାରେ ଯେବେ,
ଆଶା ସାଜେ ଖାଲି ମରୁ ମରୀଚିକା
ଲକ୍ଷ୍ୟ ଭ୍ରଷ୍ଟ ପରାଭବେ.
ଛଳନାର ତୀରେ ପ୍ରତାରଣା ସାଜେ
ପ୍ରତିବେଶୀ ଲୟ ଖାଲି,
ପ୍ରତି ପଦ ପ୍ରାନ୍ତ ସ୍ମୃତି ସନ୍ତାପିତ
ସମୟଟା ମରୂବାଲି.
ଖେଳିବା ଖେଳ ରେ କର୍ତ୍ତବ୍ୟ ଯେମିତି
ଜିତିବା ମାନେ ବା କାହିଁ,
ଭାବନାର ଝଡ଼ ଅଦିନେ ବହିଲେ
କିଏ ବା ପାରିଛି ସହି.
ବିଜନ ପ୍ରାନ୍ତରେ ବିଗତ ମୂହୁର୍ତ୍ତ
ଡ଼ାକେ ଯେବେ ହାତ ଠାରି,
ପ୍ରତିହିଂସା ସାଜେ (ହୃତ୍)ସ୍ପନ୍ଦନ ତିବ୍ରତା
ନିରନ୍ତର ବେଗ ଭରି.

ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ, ମୋ - 9124049129