ବାହାରେ
ଅଦିନିଆ ବର୍ଷା ର ସଁ ସଁ ମେଘ ଗର୍ଜନ
ଭେଦି ଯାଏ ଗାଆଁ ଗଳି କନ୍ଦି
ସହର ବଜାର ବାଟ ଘାଟ ମଶାଣି ଆଉ
ନିର୍ଜନ ସ୍ଥାନ.. 
ଭିତରେ
2019 ଫନି ତାଣ୍ଡବ କାମନା ରେ ଓଦା ସରସର ଜୀବନ..
ମେଘ ଦୁନ୍ଦୁଭି ତାଳେ ତାଳେ
ଦାହ କରିବାକୁ ଅଗ୍ରସର ମନ ଜହ୍ନ ଗଗନ..
ସବୁଠି ବଣ୍ଟା ଚାଲିଛି
କାମନା ବାସନା ଉଛିଷ୍ଟ ପ୍ରସାଦ ର ଲହ ଲହ ଦହନ..
ବାହାରେ
ପରିତୃପ୍ତି ବର୍ଷା ଛିଟା ବିଜୁଳି ପବନ
ବନ୍ଦ କୋଠରୀ ର ଝର୍କା ଦେଇ
ଖୁବ୍ ସନ୍ତର୍ପଣ ରେ ପାଦ ଚାପି
ନିଶ୍ୱାସ ଝଡରେ ଆଙ୍କିବସେ
ମନ ତଳ ତ୍ରିକୋଣମିତି ରେ ସ୍ୱାର୍ଥ ଫଳ ଆଉ ତୁଚ୍ଛା ଅଭିମାନ..
ତୁହାକୁ ତୁହା ଦେହର କମ୍ପନ
ଅସରା ଅସରା ଲୁହ ର ଝରା ଶ୍ରାବଣ
ଦୁହେଁ ଦଳି ମକଚି ଚାଲିଥାନ୍ତି 
ଅବହେଳିତ କେଶ ଗୁଛ ତଳର ମଉଳା ମନ
ଅବା
ଅବଚେତନ ଦେହର ଲଳିତ ଯୌବନ..
ଦୁହେଁ ଏକାକାର
ନିଆଁ ପାଣି ସଙ୍ଗମ ରେ
ଆଖିର ବାସନା-ବିଜୁଳି ଦଣ୍ଡାୟମାନ..
ଜଣେ ଭିଜେଇଦିଏ
ପତ୍ର ଫୁଲ ଫଳ ସବୁଜ ବନାନୀ ର ଯୌବନ..
ଆଉଜଣେ
ଭିଜୁ ଭିଜୁ ଭସେଇ ଦିଏ
କୁଆଁରୀ ଜୀବନ ର ସାଇତା ରଙ୍ଗୀନ ସପନ..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର