🌸🌸🌹ଶୀତ 🌹🌸🌸
******************
ଆସିଛି ଶୀତ
ହିମକାୟ ହେମାଳିଆ ଅନୀଳଟା
ଭାସି ଆସୁଛି ଦୂର ଦେଶୁ,
ଓଃ! କି ଥଣ୍ଡା ।
ଆସିଛି ଶୀତ
ପୌଷ କି ମାଘ ନୁହେଁ
ଧର୍ମମାସ ରୁ ଦେଖାଏ ଦର୍ପ,
ମୃଦୁସମୀର ଭାସି ଆସିଛି
ଦୂର ହିମାଦ୍ରୀ ରୁ ।
ଆସିଛି ଶୀତ
ପ୍ରକୃତିରାଣୀ ଅଗଣାରେ ଫୁଟିଛି
ଆଗମନୀର ମଧୁଛନ୍ଦ,
ଧାତ୍ରୀ ଧାରଣ କରିଛି ଆଜି
ଲାଜକୁରି ପଲ୍ଲୀବଧୂ ରୂପ ।
ଆସିଛି ଶୀତ
ପ୍ରଭାତେ ଝରିଛି ଶିଶିରସିକ୍ତ
ସତେ ଯେପରି ମୁକ୍ତା ର ମେଳି,
ଲାଜକୁଳି ଆଜି ଲାଜେଇ ଯାଇଛି
ପହିଲି ଶୀତୁଆ ସ୍ପର୍ଶରେ ।
ଶୀତ ଆସିଛି
ପାହାନ୍ତିରାତି ରୁ ଘୋଟିଛି
ଧବଳ ଧୁମ୍ରାଭ କୁହୁଡି,
ଲୁଚି ଯାଇଛି ସେ ପ୍ରକୃତିର
କମନୀୟ ରୂପଚର୍ଯ୍ଯ।
ଶୀତ ଆସିଛି
ଧରଣୀ ରେ ଆସିଛି ଆଜି
ପୁଷ୍ପ ର ରଙ୍ଗୀନ୍ ସୁନାମୀ,
ପଛେ ଛାଡିଯାଇଛି ମୋହିନୀ
ମହକର ଯାଦୁ ।
ଶୀତ ଆସିଛି
ପାଗଳ ହୋଇଛି ମଧୁପଦଳ
ମଧୁ ସଂଗ୍ରହ ଲାଗି,
ଉଡି ବୁଲେ କେତେଯେ ଫୁଲକୁ
ପାଇବାକୁ ପହିଲି ମଧୁରସ ।
ଶୀତ ଆସିଛି
ହସିଉଠିଛି ପ୍ରାଣୀଜଗତ
ନାଚିଉଠିଛି ଧରଣୀ ମାତା,
ଭୃଙ୍ଗ ଗାଉଛି ମଧୁର ସଂଗୀତ
କାରଣ ଆସିଛି ଋତୁର ରାଣୀ ।
ଶୀତ ଆସିଛି
ପଶ୍ଚିମାଦେଶ ରେ ସିନ୍ଦୁର ଫାଟିଛି
ଢଳି ଯାଇଛନ୍ତି ସୁବର୍ଣ୍ଣରବି ।
ପୁଣି ପାଇବାକୁ ଶୀତର ପରଶ
ଉଲ୍ଲାସିତ ହୋଇଛି ଧରଣୀ,କାରଣ
ପାଖେଇଲା ସେ ସନ୍ଧିମୁହୂର୍ତ୍ତ
ପୁଣି ଆସିଛି ଶୀତ ।


ରଚନା : Smruti Ranjan Patra

ଠିକଣା : Balighat,Gopalpur,puri-2
pin-752002 ଦୂରଭାଷ : 9348987009