ବ୍ୟଥା
****""
ପ୍ରାଣ ପ୍ରିୟ ମୋର ଯା ଅ ନାହିଁ ଦୂର
ତୁମ ବିନା ମୁଁ ଅଧୁରା,
ତୁମର ମୋହର ନିବିଡ଼ ବନ୍ଧନ
ସଂସାର ଜାଣିଛି ପରା।
ପରୀ ସାଜିଥିଲି ତୁମ ପାଇଁ ସିନା
ଏ ରୂପରେ କି ଯେ ଲାଭ,
ଦୂରେ ଚାଲିଗଲେ ନିନ୍ଦା ମୁଁ ପାଇବି
ଲାଗି ବିନି କେଉଁ ଶୁଭେ।
ଫେରି ଆସ ମୋର ଆହେ ପ୍ରାଣନାଥ
ସଂସାର ଗଢ଼ିବା ମିଶି,
ଏକାଠି ରହିଲେ ଜୀବନ କାଟିବା
ମନରେ ଆସିବ ଖୁସି।
ଏ କେଉଁ ରୂପରେ ଯାଉଛ କୁଆଡେ
ସାଥେ ମୋତେ ନେଇ ଯା ଅ,
ସଙ୍ଗରେ ଚାଲିବି ସାଥିରେ ରହିବି
ଯଦି ମୋତେ ଭଲ ପାଅ।
ସାତ ଜନମ ର ସାଥି ହେବା ପାଇଁ
ଦେଇଥିଲ ମୋତେ କଥା,
ଆଜି କାହିଁ ପାଇଁ ଏତେ ଦୂରେ ଗଲ
ହୃଦୟେ ଭରି ଲ ବ୍ୟଥା।

ସନ୍ଧ୍ୟା ରାଣୀ ଦାଶ
ସହକାରୀ ଶିକ୍ଷୟିତ୍ରୀ
ଜଗତ ସିଂହ ପୁର


ରଚନା : ସନ୍ଧ୍ୟା ରାଣୀ ଦାଶ

ଠିକଣା : ସହକାରୀ ଶିକ୍ଷୟିତ୍ରୀ ୟୁପିଏସ, ମକୁନ୍ଦପୁର, ଜଗତସିଂହପୁର ଦୂରଭାଷ : ୯୮୬୧୫୪୦୨୦୭