🌹🌹🌹🌹🌹🌹🌹🌹ପଲ୍ଲୀର ସନ୍ଧ୍ୟା.................
🌹🌹🌹🌹🌹🌹🌹🌹
ସୂର୍ଯ୍ୟାସ୍ତ ହୁଏ
ଧରଣୀ ମଥାରେ ଢାଙ୍କି ଆସେ
କୃଷ୍ଣକାୟା ବାହୁ ବିସ୍ତାରି,
ମେଳି ହୋଇ ପକ୍ଷୀଗଣ କାକଳୀ
ଦେଇ ଘର ବାହୁଡନ୍ତି ।
ଫେରି ଆସନ୍ତି ଗୋଧୂଳି ଲଗନେ
ଗୋପାଳ ପୁଅ ସାଙ୍ଗେ ଧେନୁ ନେଇ ।
ସୂର୍ଯ୍ୟାସ୍ତ ହୁଏ
କେତେଯେ ଆଶା ନେଇ ଡୁବିଯାଏ
ସେ ଅମାପ ଆକାଶେ ସ୍ବର୍ଣ୍ଣାଭ ରବି,
ପୁଣି ନବ ଆଶା ନେଇ
ଉଦୟ ହେବାକୁ।
ସୂର୍ଯ୍ୟାସ୍ତ ହୁଏ
ଦେବାଳୟ ରେ ଜଳିଉଠେ
ସଞ୍ଜ ର ଅସଂଖ୍ୟ ଦୀପାଳି,
ମହକି ଉଠେ ମୋ ପଲ୍ଲୀଦାଣ୍ଡ
ଅମାପ ଖୁସି ନେଇ ।
ସୂର୍ଯ୍ୟାସ୍ତ ହୁଏ
ସତେ ଫେରିଆସେ ମୋ
ପଲ୍ଲୀରେ ନୂଆ ଜୀବନ,
ଉଲ୍ଲାସିତ ପୁଲକିତ ହୋଇଉଠେ
ଏ ମାଟି ମାଆ ।
ସୂର୍ଯ୍ୟାସ୍ତ ହୁଏ
ଭାଗବତ ଟୁଙ୍ଗୀ ରୁ ଝରିଆସେ
ଅମୃତସମ ଦିବ୍ୟବାଣୀ,
ଭକ୍ତି ରସରେ ପରିପୂର୍ଣ୍ଣ ଏ ଦାଣ୍ଡ
ସତେ ମର୍ତ୍ତ୍ଯ ଆଜି ସ୍ବର୍ଗପୁରୀ ।
ସୂର୍ଯ୍ୟାସ୍ତ ହୁଏ
ପୁରୁଣା ସ୍ମୃତି କୁ ସାଙ୍ଗେ ନେଇ
ନୂତନ ଆଶା କୁ ଉଦ୍ ଜୀବିତ କରି ।

ସ୍ମୁତି ରଞ୍ଜନ ପାତ୍ର
ବାଲିଘାଟ, ଗୋପାଳପୁର ପୁରୀ
9348987009


ରଚନା : smruti ranjan Patra

ଠିକଣା : Balighat,Gopalpur village puri-2 pin-752002 ଦୂରଭାଷ : 9348987009