☆☆ଭିନ୍ନତାର ବାସ୍ତବତା☆☆

ଦୁନିଆ ବହୁତ ବଡ ଆଉ ଏତେ ବଡ ଯେ ମଣିଷ ଆଜି ଏତେ ଅଗ୍ରଗତି କରିଥିଲେ ବି ଦୁନିଆ ର ସମସ୍ତଙ୍କ ବିଷୟରେ ସଠିକ୍ ତଥ୍ୟ ଦେବା ମୁସକିଲ୍ ହୋଇଯାଏ।ଏଇ ଯେମିତି ପାଠ୍ୟ ପୁସ୍ତକ ୧୫, ୨୦ ବର୍ଷ ଜୀବନର ଲକ୍ଷ ରଖି ଦିନ ରାତି ପରିଶ୍ରମ କରୁ କିନ୍ତୁ ଶେଷରେ ହୁଏ କଣ ? ମେଞ୍ଚାଏ ମାର୍କ, ସ୍ବଳ୍ପ ଆତ୍ମ ସନୋଷ ନା' ଆଉ କିଛି। ସବୁଲାଗେ ଯେମିତି ଗୋଟିଏ ଭ୍ରାନ୍ତି ଭଳି। ସ୍କୁଲ୍ ରେ ସାର୍ ଙ୍କ ଠାରୁ ମାଡଖାଇ ମନେରଖିଥିବା ଗଣିତର ସୁତ୍ର ଆଜି କେଉଁ କାମରେ ଆସୁଛି?? ମନର ପୃଷ୍ଠାରେ ଧିରେଧିରେ ଲିଭିବାକୁ ବସିଲାଣି ।
ସହର ଠାରୁ ଦୂରରେ ମୋ ଘର। ସହର ଠାରୁ ଦୂରେ ହେଲେବି ମୋ ଗାଁ କୈଣସି ସହର ସୁବିଧା ଠାରୁ କମ୍ ସୁବିଧା ନାହିଁ ମୋ ଗାଁରେ। ସେଇଠି ମୋର ଜନ୍ମ , ବାପା ମାଁଙ୍କର ଗେହ୍ଲା ଥିବାରୁ ପ୍ରଥମ ରୁ B.A. ଜାଏଁ ଗାଁରେ କାଟିଛି । ଆମ ଘର ସମୁଦ୍ର ପାଖାପାଖି ଥିବାରୁ ଏଠାକାର ଅଭଣା,ଦେବେନ୍ଦ୍ର ପୁର,ବିଷ୍ଣୁପୁର,ଆଳଦା,ବଗଦା ପାଖାପାଖି ଗାଁର ଲୋକମାନେ ମାଛମାରି ଜୀବନ ଜୀବିକା ପାଳନ କରନ୍ତି। କିନ୍ତୁ ସହରୀ ସଭ୍ୟତା ପସିଲା ପରେ ଆଜିକାଲି ମାଛ ମାରିବା,ଚାଷ କରିବା ଆଉ କୌଳିକ ବୃତ୍ତି ଯମା ଭଲ ଲାଗୁନା। ଖାଲି ଏତିକି ନୁହେଁ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଭଲ ନା' କରିଛି ମୋ ଗାଁ ପଲ୍ଲୀକବି କୃଷ୍ଣଚନ୍ଦ୍ର ବେହେରାଙ୍କ ଅଧା ଜୀବନ ଏଇଟି କଟିଛି। ।
କାମର ସନ୍ଧାନରେ ସାଙ୍ଗ ମାନଙ୍କ ସହ ଗୁଜୁରାଟର ଅହମଦାବାଦ ସହରକୁ ବାହାରିଲି । କିଛି ଦିନ ବୁଲିବା ପରେ ଏକ ଷ୍ଟାର ହୋଟେଲ୍ ରେ କାମ ମିଳିଗଲା ନାମ ଥିଲା ଦକ୍ଷିଣ ଭାରତୀୟ ହୋଟେଲ୍। କାମରେ ସିନା ଯୋଗ ଦେଲି କିନ୍ତୁ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ ବାସ୍ତବରେ ଭାରତ ତୋ ଗୋଟିଏ କେବେଠୁ ପୁଣି ଅଲଗା ହୋଇଗଲା ମୁଁଜାଣି ପାରିଲିନି? ମନରେ ସନ୍ଦେହ ହେଲା ଗୁଗୁଲ୍ ରେ ଖୋଜିଲି କିନ୍ତୁ ଉତ୍ତର ମିଳିଲା ନାହିଁ। କିନ୍ତୁ ଜାଣିବାକୁ ଇଛ୍ଛା ପ୍ରବଳ ଥିଲା।
ଧିରେ ଧିରେ ପିଲାମାନଙ୍କ ସହ ମିଶିଲି। ପ୍ରତ୍ୟକଟି କଥାରେ ସାଉଥ୍ଇଣ୍ଡିଆନ୍ ଫିଲ୍ମ, ସାଉଥ୍ଇଣ୍ଡିଆନ୍ ଡ୍ରେସ୍, ସାଉଥ୍ଇଣ୍ଡିଆନ୍ ଖାଦ୍ୟ ଶୁଣି ଶୁଣି ମୁଁ ଭାରି ବିରକ୍ତି ହୋଇଯାଇଥାଏ। ଦିନେ ସମସ୍ତଙ୍କୁ ଏକ କରି ଶୁଣେଇ ଦେଲି ......... ଯେଉଁ ଭାରତକୁ ଇଂରେଜ ମାନଂକ ଠାରୁ ପାଇବାକୁ ୨୦୦ ବର୍ଷ ଲାଗିଗଲା। ଯେଉଁ ଭାରତର ଅଖଣ୍ଡତା ରକ୍ଷା କରିବାକୁ ଯାଇ ଏଇ ମାଟି ରକ୍ତରେ ଲାଲ୍ ହୋଇଗଲା ? ଭାରତ ଠୁ ପାକିସ୍ଥାନ ଅଲଗା ହୋଇଛି ବୋଲି ସୀମା ବିବାଦ ଦିର୍ଘ ୭୦ବର୍ଷ ହେଲା ମୁଣ୍ଡ ଟେକିଛି । ପୁଣି କଣ ସାଉଥ ଇଣ୍ଡିଆ ଆଉ ନର୍ଥ ଇଣ୍ଡିଆ ଲଗାଇ ରଖିଛ । ଏତିକି କହିସାରିବା ବେଳକୁ ସମସ୍ତେ ମୁଣ୍ଡ ତଳକୁ କରି ବସିଥାନ୍ତି ନୀରବରେ। ପଛପାଖରୁ କେହିଜଣେ ତାଳି ମାରିଲେ । ମନେ ମନେ ଭାବିଲି ମୋର କଥା ତାର ମନକୁ ପାଇଲା କିନ୍ତୁ ବାସ୍ତବତା ଥିଲା ଭିନ୍ନ। ସେ ଗୁଟୁଖା ଖାଇ ହାତ ଝାଡୁଥିଲା ।
ମନ ଭାଙ୍ଗିଗଲା, ଛିଡା ହୋଇଥିବା ଜାଗାରେ ବସିଗଲି ଆଉ ଭାବିବାରେ ଲାଗିଲି। ହାତରେ ଖଣ୍ଡେ ସରଳିଆ ବାଡି ଧରି ଜଦି ମହାତ୍ମା ଗାନ୍ଧି ଦେଶକୁ ସ୍ବାଧିନତା ଦେଇ ପାରିଲା ମୁଁ କଣ ଏତେ ହତଭାଗା ଯେ ଏଇ ଦେଶବାସୀଙ୍କ ମନରୁ ଭ୍ରମ ହଟାଇ ପାରିବିନି । ହାତରେ ଖଣ୍ଡେ ସିଗାରେଟ ନେଇ ଦିଆସିଲି ମାରିଲା ବେଳକୁ ପଛରୁ କେହିଜଣେ ପିଠି ଉପରେ ହାତ ରଖିଲେ, ବୁଲି ଦେଖିଲି ଜଣେ ବୃଦ୍ଧ ଲୋକ । ସିଗାରେଟ ପକେଟ୍ ରେ ରଖିବାକୁ ଚେଷ୍ଟା କରୁଥିବା ବେଳେ ବୃଦ୍ଧ ଲୋକ ଜଣକ କହିଲେ
ପଲିଥିନ୍ କମ୍ପାନି ବନ୍ଦ ନକରି ପଲିଥିନ୍ କୁ ବ୍ୟାନ୍ କରିବା। ଚାଇନା ଜିନିଷ ଭାରତର କୁ ମଗାଇ ଚାଇନା ଜିନିଷ ବର୍ଜନ କରିବା। ମଦ,ଗୁଟ୍ଖା,ସିଗାରେଟ ହାତରେ ଧରି ମଦ ବିରୋଧି ଆନ୍ଦୋନ କରିବା କେଉଁ ପ୍ରହସନ ଠାରୁ କମ ନୁହେଁ। ନେତା, ମନ୍ତ୍ରୀ ମାନେ ଭାଷଣ ମାରି ବିଭେଦ ସୃଷ୍ଟି କରନ୍ତି।ନ୍ୟୁଜ୍, ମିଡିଆବାଲା TRP ବଢାନ୍ତି ଆଉ ସିଧାରଣ ଜନତା ............... ।
ଲାଜରେ ମୁଣ୍ଡ ତଳକୁ ନଇଁ ହୋଇ ଜାଇଥାଏ ଚୁପ୍ ଚାପ୍ ସିଗାରେଟ୍ କୁ ହାତରେ ଦଳିଦେଇ ରୁମ୍ କୁ ଚାଲିଗଲି।

○○●○○●○○
ରାଜେଶ କୁମାର ବାରିକ
ଦେବେନ୍ଦ୍ର ପୁର ,ଅଭଣା ,ବାଲେଶ୍ବର
ମୋ 9998622336


ରଚନା : Rajesh Kumar Barik

ଠିକଣା : DEBENDRAPUR, Avana, Balesore ଦୂରଭାଷ : 9998622336