ଗୀତି କବିତା - ପ୍ରିୟାର ପ୍ରେମ - ଲକ୍ଷ୍ମୀନାରାୟଣ ପଟ୍ଟନାୟକ

0

ତୁମେ ଆସିଥିଲ ମୋ ଜୀବନେ ଦିନେ
ସୁଖର ପରଶ ନେଇ
ପ୍ରଥମ ଦେଖାରେ ହୃଦୟକୁ ମୋର
ପ୍ରେମରେ ଦେଲ ଭିଜେଇ ।।୦।।

କାକର ଭିଜା ସେ ପାହାନ୍ତି ସପନ
ଭାରି ମିଠା ଲାଗେ ମତେ,
ତୁମେ ପାଶେ ଥିଲେ ନଥାଏ ମୋ ଦୁଃଖ
ସବୁ ସୁଖ ଥାଏ ହାତେ ।
କେମିତି ଭୁଲିବି ତୁମକୁ ଗୋ ପ୍ରିୟା
ଯେତେଦିନ ଅଛି ମୁହିଁ,
ତୁମେ ଆସିଥିଲ ମୋ ଜୀବନେ ଦିନେ
ସୁଖର ପରଶ ନେଇ ।।୧।।

କଥା ଦେଇଥିଲ ଗୋପନରେ ମତେ
ସାଜି ମୋ ରାତିର ରାଣୀ,
ପ୍ରୀତିର ରାଗିଣୀ ତୋଳୁଥିଲା ଜହ୍ନ
ଆମ କାହାଣୀକୁ ଶୁଣି ।
ଜନମ ଜନମ ଏ ଆମ ବନ୍ଧନ
ସାଗରେ ଯେମିତି ନଈ,
ତୁମେ ଆସିଥିଲ ମୋ ଜୀବନେ ଦିନେ
ସୁଖର ପରଶ ନେଇ ।।୨।।

ରଚନା - ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ଦୂରଭାଷ - ୯୮୬୧୬୧୬୧୨୬

Post a Comment

0Comments
Post a Comment (0)