ବରଷକେ ଥରେ ଆସିଛିରେ ଭାଇ
ଢେଙ୍କାନାଳେ ଭିଡ଼ ଭାରି
ଭକ୍ତମାନେ ପରା ଉତ୍ସବ ପାଳନ୍ତି
ମନେ ଉଦ୍ଦୀପନା ଭରି। ।0
ଲକ୍ଷ୍ମୀ ମାତା ଯେଣୁ ସିନ୍ଧୁ ରାଜକନ୍ୟା
ବିଷ୍ନୁଙ୍କର ଯେ ଘରଣୀ
ରତ୍ନ ଭଣ୍ଡାରଟି ତାହଙ୍କ ହାତରେ
ସେ ତ ଲକ୍ଷ୍ମୀ ଠାକୁରାଣୀ।। 1
ଶ୍ରଦ୍ଧାରେ ପୂଜିଲେ ବର ଯେ ମିଳଇ
ଧନ ଧାନ୍ୟେ ହୁଏ ଭରା
ଶ୍ରଦ୍ଧାଳୁ ତେଣୁ ତ ଭିଡ଼ ଜମାନ୍ତି ଯେ
ମିଷ୍ଟାନ୍ନ ବାଣ୍ଟନ୍ତି ପରା।। 2
ଉପ ସହକାରୀ ନିବନ୍ଧକ
ସମବାୟ ସମିତି ସମୂହ 
ଢେଙ୍କାନାଳ