• କୁଞ୍ଜେ ବିଜେ କୁଞ୍ଜ ବିହାରୀ
• (କୃଷ୍ଣ ଙ୍କୁ ବେଶ କରି ବୃତ୍ତେ)
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା .
• ---------- --- ୧୨ . ୧୦ . ୨୦୧୯ --- ----------
• ମାଳତୀ ଲତା କୁଞ୍ଜେ କୁଞ୍ଜ ବିହାରୀ
• ବିହାର କଲେ ସଙ୍ଗେ ଗୋପ ଗୁଆଳୀ ଯେ
• ମାଳତୀ ଲତା କୁଞ୍ଜେ କୁଞ୍ଜ ବିହାରୀ ।।

• ଆକାଶେ ବିରାଜଇ ପୁନେଇଁ ଜହ୍ନ
• ରାଇ ସହିତ କୁଞ୍ଜେ ମଧୂସୁଦନ ଯେ
• ଆକାଶେ ବିରାଜଇ ପୁନେଇଁ ଜହ୍ନ ।।

• କେ ପକାଏ ଆଲଟ କେହୁ ଚାମର
• କେବା ଗୁନ୍ଥଇ ବସି ଗଜରା ହାର ଯେ
• କେ ପକାଏ ଆଲଟ କେହୁ ଚାମର ।।

• କୁଞ୍ଜ କୁଟୀରେ ଜଳେ ରତନ ଦୀପ
• ଶୋଭା ସରି ନୁହଇ. କୋଟି କନ୍ଦର୍ପ ଯେ
• କୁଞ୍ଜ କୁଟୀରେ ଜଳେ ରତନ ଦୀପ ।।

• ଚନ୍ଦନ, କୁଙ୍କୁମ ରେ କରି ଲେପନ
• ଗୋପୀଏ ବେଶ କଲେ ରାଇ,ମୋହନ ଯେ
• ଚନ୍ଦନ କୁଙ୍କୁମ ରେ କରି ଲେପନ ।।

• କୁଞ୍ଜ ସଜାଇ ଦେଇ ସୁବାଷ ସୁମେ
• ଦୋଳିରେ ବସାଇଲେ ନେଇ ଜତନେ ଯେ
• କୁଞ୍ଜ ସଜାଇ ଦେଇ ସୁବାଷ ସୁମେ ।।

• ବିଭୁ ପ୍ରେମେ ବିତାଇ ରାତି ଆନନ୍ଦେ
• କୁଞ୍ଜରୁ ବାହୁଡି ଲେ ପ୍ରଫୁଲ୍ଲ ଚିତ୍ତେ ଯେ
• ବିଭୁ ପ୍ରେମେ ବିତାଇ ରାତି ଆନନ୍ଦେ ।।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି ,ଖୋର୍ଦ୍ଧା
ଦୂରଭାଷ :