ଦୂରେଇ ଯାଏ ମୋ ଦୁଃଖ,
ମାଆ ବୋଲି ତା'ର ନାମ ତୁଣ୍ଡେ ନେଲେ
ପାଏ ମୁଁ ବୈକୁଣ୍ଠ ସୁଖ ।
ମାଆ ହାତ ଛୁଆଁ ସାତ ସିନ୍ଧୁ ବଳ
ଦୁର୍ବଳ ବି ହୁଏ ଯୋଦ୍ଧା,
ମାଆ ଆଶୀର୍ବାଦ ସଦାବେଳେ ସାଥେ
ଡରିବିନି ଦେଖି ବାଧା ।
ମାଆ ପଣତରେ ତିନି ରଙ୍ଗ ଥାଇ
ଦେଇଛି ସେ କେତେ ଶିକ୍ଷା,
ଶାନ୍ତି ମଇତିରୀ ପ୍ରଗତି ପଥରେ
ମାଗିବି ସ୍ବାଧୀନ ଭିକ୍ଷା ।
ମାଆ ତନୁ ନୀର କ୍ଷୀର ହୋଇ ବହେ
ସନ୍ତାନ ଜୀବନ ପାଇଁ,
ଶୀରା ଭେଦ କରେ ବୀର ରକ୍ତ ହୋଇ
ଜାତକେ ହାରିବା ନାହିଁ ।
ମା' ପଣତ ମୋର "ସୁରକ୍ଷା କବଚ"
ଶିରେ ବିଜୟ ମୁକୁଟ,
ରଣ କରିବି ମୁଁ ରଣ ପ୍ରାଙ୍ଗଣରେ
ଅଧର୍ମି କରି ନିପାତ ।
ମାଆ ପାଦ ଧୂଳି ମଥାରେ ମୋ ବୋଳି
ସତ୍ୟ ରକ୍ଷା କରୁଥିବି,
ମୃତ୍ୟୁ ନାହିଁ ମୋର ଦଣ୍ଡ ନାହିଁ ମୋର
ମାଆ କୋଳେ ଶୋଇଥିବି ।
0 Comments
You can write now your valuable comments here. Off-topic comments may be removed or deleted without prior notice.