############
କହ ଚକାଆଖି ତତେ ପଚାରୁଛି
କହତୁ କପଟ ନକରି
ଆୟୁ ବିଦ୍ୟା ଧନ କର୍ମ ଓ ନିଧନ
ଯଦି ହାତେ ଅଛି ତୋହରି
ତେବେ କାହିଁକି ମୁଁ ଡରଇ ତାହାକୁ
ଏ,କିମାୟା ଅଟେ ତୋହରି
ପ୍ରତି କ୍ଷଣକରେ ଜିତିବାକୁ ତାକୁ
ଇଚ୍ଛା ହେଉଥାଏ ମୋହରି
କହ ଚକାଆଖି ..........
ଗୀତାରେ କହିଲୁ କର୍ମ ବଡ଼ ବୋଲି
କରମ ପଛରେ ଧାଇଁଲି
ଜ୍ଞାନ ଯୋଗରେ ତୁ କହିଲୁ ବଖାଣି
ବିଦ୍ୟାରୂ ଜ୍ଞାନ ମିଳେ ବୋଲି
କର୍ତ୍ତବ୍ୟ କରିଲେ ଧନ ଯଶ ହୁଏ
ଏଇ ଉପଦେଶ ତୋହରି
କହ ଚକାଆଖି.........
ଯଦି ତୋ ହାତରେ ନିଧନ ମୋ ଲେଖା
ମୁଁ ଯାହା କଲେ ବି ମରିବି
ରୋଗ ଭୋଗ ଆଉ ବିପଦେ ଆପଦେ
ତତେ କାହିଁକି ମୁଁ ଡାକିବି
ଏଇ ପଞ୍ଚରତ୍ନ ଯଦି ତୋ ହାତରେ
ମୁଁ କାହିଁକି ଏହାକୁ ଡରି
ଆଣିବାକୁ ସଦା ଇଚ୍ଛା କରୁଥାଏ
ଏ ପାପୀ ହାତକୁ ମୋହରି
କହ ଚକାଆଖି..............
ବୈଦ୍ୟନାଥ. ପଣ୍ଡା
ଅବଦଲ ପୁର. ଯାଜପୁର.
ଦୂରଭାଷ-9439854199. 
ରଚନା : ବୈଦ୍ୟନାଥ ପଣ୍ଡା
ଠିକଣା : ଅବଦଲ ପୁର ଦୂରଭାଷ : 9439854199
Sent via Google Forms Email
