ପ୍ରଣୟ ଅନୁଚିନ୍ତା
*********************************
ଆସରେ ମୋ ବିମ୍ବାଧରୀ
ରତନୀ ମୋ ପ୍ରୀତିବର
ବର ବରନା ହେମାଙ୍ଗୀ
ଏ ଦୀନଜନକୁ ବର ।
ରସରେ ରସାମଣ୍ଡନା
ମନେ ନୋହି ଆନମନା
ତୋ ବିନୁ କନକ ଗୋରୀ
ଜୀବନ ଯମଜାତନା ।
ଦେଖେ ଯେବେ ହେମଦେହୀ
ଧୈର୍ଯ ତୁଟି ଯାଏ ସହୀ,
ଚିତ୍ତ ବିନୋଦିତ ପାଇଁ
ମଧୁଜାରେ ପଦ ନାହିଁ ।
ସମ କିବା ହେବି ଗୋରୀ
ପ୍ରୀତି ଦେହେ ଯିବି ଘୋରି,
ଶ୍ରୀ କର ଭୃଜଙ୍ଗେ ଧରି
ଫାଶ ଦେଇ ଯିବୁ ଘୂରି ।
ଗଣ୍ଡସ୍ଥଳେ ଦେବୁ ହେଳେ
ଚୋରା ଚୁମ୍ବନ ସେ କାଳେ
କାମ ଅଗ୍ନି ଅଶୁ ତଳେ
ତୃଷା ନାସ ତୁ ଯୁଗଳେ ।
ରୀତି ନୀତି ଥାଇ ନିତି
ପ୍ରୀତି ରତି କର ସାଥୀ
ନୋହୁଁ ନିନ୍ଦା ଅପକୀର୍ତ୍ତି
ବିଭୂଷଣେ ଥାଇ ସତୀ ।
ରସନାରେ ରସ ଢାଳି
ରସଅଙ୍ଗୁ ଦେବୁ ବୋଳି ,
ଅଧର ଅଧରେ ମେଳି
ତୃପ୍ତ ବାଣେ ଯିବା ଜଳି ।
ଏହି ମାତ୍ର ଅଭିଳାଷ
ହେମତନୁରେ ବିଳାସ
ଭଜରାମ ଦୁଃଖ ନାସ
ଜନ୍ମେ ଜନ୍ମେ ହେବି ଦାସ ।
***********************************
ଭଜରାମ ସେଠୀ, ନିରାଳ, ଗଂଜାମ
9566876504
0 Comments
You can write now your valuable comments here. Off-topic comments may be removed or deleted without prior notice.