ବିରହ ବଂଶୀ ...
^^^^^^^^^^^^
ବଂଧୁରେ,
ଜାଣିଛି ମୁଁ ତୁ'ତ ପରଦେଶୀ
ଦୁଇ ଦିନ ପାଇଁ ଆସି
କେଉଁ ଆଡେ ଯିବୁ ଖସି
କାଂଦୁଥିବ ମନ ଖାଲି ବସି !

ମିଛ ଏଠି ସ୍ନେହ ଶ୍ରଦ୍ଧା ମମତା ବଂଧନ
ବାଂଧି ରଖି ପାରେ ନାହିଁ କାହାକୁ ଏ ମନ
ଚାଲୁ ଚାଲୁ ହାତୁ ହାତ
ଛାଡି ଯାଏ କେଉଁ ମିତ
ଛିଡି ଯାଏ ମମତାର ରସି !

କାଂଦିବା ପାଇଁ କି ଆଖି ଝୁରିବାକୁ ମନ
ଦୀପ ପରି ଜଳିବାକୁ ପ୍ରଣୟୀ ଜୀବନ
ଜୀଇଁ ଥିବା ସ୍ମୃତି
ଛାତିକୁ ରହେ କରତି
ବାଜୁ ଥାଏ ବିରହର ବଂଶୀ !

            -0-
            ସୁବଳ ରାଉତରାୟ
            ଭୁବନେଶ୍ୱର
           8118031316