"ସାଧବ ସନ୍ଥ"....
^^^^^^^^^^^^^^
ଦିନ ଥିଲା ଥିଲା ସାଧବ ଓଡିଆ
ସିଂଧୁ ଥିଲା ତାର ବାଣିଜ୍ୟ ପଥ
ଦିନ ଚାଲି ଗଲା ସ୍ମୃତି ହେଇ ଗଲା
ଇତିହାସ ହେଇ ଗଲା ଅତୀତ !
ଜାଗିଲା ଯା ମନେ ସେ ଗୌରବ ଗାଥା
ଧମନୀରେ ବହି ଓଡିଆ ରକ୍ତ
ସ୍ବପ୍ନର ସାଧବ ସତ କରିବାକୁ
ନେଇ ଗଲା ସିଏ ଦୃଢ ଶପଥ !
କର୍ମ ପଥେ ରହି ଧର୍ମ ପଥେ ରହି 
ହେଇ ପାରେ ସବୁ ସପନ ସତ !
ଆଶା ଅସୁମାରି ସାଗର ଲହରୀ
ଭସାଇଲା ସାଧବର ବୋଇତ !
ହୃତ ଗଉରବ ଗତ ଗଉରବ 
ଫେରାଇବା ଯାର ଜୀବନ ବ୍ରତ
ଶତ ବାଧା ଶତ ବଂଧନ କେମିତି
ଓଗାଳିବ ତାର ସାଧନା ପଥ !
ନିଜେ ଜୀଇଁ ନିଜେ ଅନ୍ୟକୂ ଜୀଆଏଁ
ତାହାରି ଭିତରେ ଜାଗେ ଦେବତ୍ବ !
ଲାଭର ଲୋଭରେ ଭୁଲି ଯାଏନା ସେ
ମଣିଷ ପଣର ମାନ ମହତ !
ବୁଝି ପାରେ ସିଏ ହେଜି ପାରେ ସିଏ
ଜୀବନ ତ ଏକ ଅଗ୍ନିର ପଥ ,
ସାଧନା ବିହୁନେ ସିଦ୍ଧି ମିଳେ ନାହିଁ 
ଭଲେ ଝରୁ ନେତ୍ରୁ ଲୁହ ବା ରକ୍ତ !
ଆଜି ସାଧବର ବ୍ୟାପକ ସାମ୍ରାଜ୍ୟ
ସିଂଧୁରେ ଖୋଜୁଛି ପ୍ରଗତି ପଥ ,
ବିଜୟ ମାର୍ଗରେ ସଦା ଅଗ୍ରସର
ସାଧବର ସେହି ସାଧନା ରଥ !
ନାବିକ ନିମଂତେ ନାୟକ ତ ଜଣେ
ଦିଗଦର୍ଶନ ଯାର ଦିବ୍ୟ ଦୁରଂତ
ସିଂଧୁ ପାରେ ସିଦ୍ଧି ସଂକଳ୍ପ ଯାହାର
ସେଇ ମହାମନା "ସାଧବ ସନ୍ଥ"  !

            -0-
             ସୁବଳ ରାଉତରାୟ
          ଭୁବନେଶ୍ୱର
8118031316