ତ୍ବମେକମ୍ ....
^^^^^^^^^^^
ବାଉଁଶକୁ ତୁମେ ବଇଁଶୀ କରୁଛ
ଚର୍ମକୁ କରୁଛ ଖୋଳ ମୃଦଂଗ
ହେ ଜୀବନ ଦାତା ହେ ସଂହାର କର୍ତ୍ତା 
ତୁମେ ହିଁ ଭରୁଛ ଜୀବନେ ରଂଗ !
ତୁମେ ଅଂଗରାଗ ତୁମେ ଅନଂଗ,
ତୁମେ ହିଁ ସପନ
ତୁମେ ହିଁ କଂପନ
ତୁମେ ମରୁ ତୁମେ ଜଳ ତରଂଗ !
ତୁମେ ହରାଉଛ
ତୁମେ ଜିତାଉଛ
ତୁମେ ହରି ନେଇ
ଭରି ବି ଦେଉଛ 
ଅଂତରେ ବି ତୁମେ ବାହାରେ ବି ତୁମେ
ତୁମେ ସେ ଚଂଚଳ ଚାରୁ ବିହଂଗ !
ହସ ହେଇ ତୁମେ ଝର ଓଠ ଧାରୁ
ଲୁହ ହେଇ ତୁମେ ଝର ନୟନରୁ
ତୁମେ ସେ ସ୍ଥବିର
ତୁମେ ଗତିଶୀଳ
ତୁମେ ଚିରଂଜୀବୀ ସେ କାଳ ଭୁଜଂଗ !

       -------0--------
                ସୁବଳ ରାଉତରାୟ
                  ଭୁବନେଶ୍ୱର
            8118031316