ଆଲୋକର ପର୍ବ ନୁହେଁ
ଫୁଟିବାକୁ ବାଣର ରୋଷଣୀ
ମାଟି ଓ ଆକାଶକୁ
ପ୍ରକମ୍ପିତ କରି
ଏ'ତ ପର୍ବ ଜାଳିବାକୁ
ଆଲୋକ ଦୀପାଳୀ
ଦୂରକରି ତିମିରିତ ହୃଦୟର
ଅଜ୍ଞାନ କୁହୁଡ଼ି....

ଏ ଆଲୋକର ପର୍ବ ନୁହେଁ
କେବଳ
ବଡ ବଡୁଆଙ୍କ ପାଇଁ
ଏ'ତ ଆଲୋକ
କରିବାକୁ ଉଦ୍ଭାସିତ
ଚିନ୍ତା ଓ ଚେତନାର ନଈ
ଜୀବନର ତମକୁ
ଦବାକୁ ଜଳେଇ........

ଏ ଆଲୋକର ପର୍ବ ନୁହେଁ
କେବଳ
ଦୀପ ଜାଳି
ଝିକ୍ ମିକ୍ କରିବାକୁ
ଗୃହଙ୍ଗନ ସଜେଇ
ଆସେ ସିଏ ଦବାକୁ ସୂଚେଇ
ଜଳିବାକୁ ଶିଖ
ଠିକ୍ ମୋ ପରି
ଏ ସୃଷ୍ଟି ପାଇଁ
ନିଜ ପାଇଁ ବଞ୍ଚିବାରେ
କିଛି ମାନେ ନାହିଁ....



ରଚନା : ହାସ୍ୟମୟୀ ରାଜ୍

ଠିକଣା : ଓରାଳି, ହାଟଡିହି, କେନ୍ଦୁଝର । ଦୂରଭାଷ :