ବିଶ୍ରାମ ହୀନ ଏଇ ଜୀବନରେ
ରଙ୍ଗ ଭରିବା ପାଇଁ
କଳା ସଂସ୍କୃତିର ମିଳନୀ ଉତ୍ସବ
"ପରବ"ଆସେ ଜମେଇ ।
ଆଦିବାସୀ ପର୍ବ କୋରାପୁଟରେ ତ
ଲୋକ ମହୋତ୍ସବ ଇଏ
ସଂସ୍କୃତିର ରାଜ୍ଯ ଓଡିଶାରେ ପୁଣି
ରାଜ୍ୟ ସ୍ତରୀୟ ହୁଏ ।
ସରଳ ସୁନ୍ଦର ଜୀବନରେ ଭରେ
ଡେମସା, ଦୁରୁଆ ନୃତ୍ୟ
ଅପୂର୍ବ ମିଳନ ଜନଜାତିର ଏ
ମାସେ ବ୍ଯାପି ଆଧିପତ୍ୟ।
ନାନା ପ୍ରକାରର ଗୀତର ଧୂନ୍ ରେ
ଉତ୍ସବ ହୁଏ ନିଆରା
ନୌକା ଚାଳନା, ତୀର ଚାଳନା
ଦେଖାଏ ତା ପତିଆରା ।
ଦେଶ ବିଦେଶରୁ ପର୍ଯ୍ୟଟକ ମାନେ
ଠୁଳ ହୋଇଥାନ୍ତି ଆସି
ପଲ୍ଲୀଶ୍ରୀ ମେଳା ପ୍ରତି ଯୋଗୀତାରେ
ହୁଅନ୍ତି ଯେ କେତେ ଖୁସି ।
ମହାନ୍ ମୋ ରାଜ୍ୟ ମହାନ୍ ତା ପର୍ବ
"ପରବ" ଯେ ଆସୁଥାଉ
ସରଳ ଜୀବନେ ପ୍ରୀତିର ଉଛୁଳା
ସମ୍ପର୍କ ଯେ ରଚୁଥାଉ ।।

ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି କେନ୍ଦୁଝର ।।


ରଚନା : ହାସ୍ୟମୟୀ ରାଜ୍

ଠିକଣା : ଓରାଳି , ହାଟଡିହି,କେନ୍ଦୁଝର । ଦୂରଭାଷ :