👏💞👏💞👏💞
ଜୀବନ ପ୍ରଦୀପ ଜଳି ଜଳି ଯାଏ
ଥିବା ଯାଏ ତୈଳ ହୃଦେ,
ତୈଳ ସରିଗଲେ ଆଉ କି ଜଳଇ
କହି କି ପାରିବ ପଦେ ll
ଏ, ଜୀବନ ଘଟ ନୁହଇଁ ନିଶ୍ଚିତ
ଛଳନା ଜୀବନ ପଥ,
ଅଭିନୟ ଏଠି ସଭିଏଁ କରୁଛୁ
ସବୁତ ତାଙ୍କରି ହାତ ll
କେତେ ଆସୁ ଥିବେ କେତେ ଯାଉ ଥିବେ
ରହିଥିବ ଏହି ପଥ,
କେତେ ଗଢ଼ି ଥିବ ସୁନ୍ଦର ପ୍ରାଚୀର
ଦିନେ ହେବ ଭସ୍ମୀଭୂତ ll
ରୂପ ଯୌବନ ହେବ ତହୁଁ ଲୀନ
ନ ରହିବ ତୋର ଧନ,
ଅଳପ ଦିନକୁ ଦେଖୁଛି ସପନ
ବୁଝି ପାରୁ ନାହିଁ ମନ ll
ବୃଥା ଅହଂକାର ମାନ ଅଭିମାନ
କରୁଛି ନିଜର ପଥେ,
ନ ଜାଣିଲା ପରି ବୁଝି ପାରୁନାହିଁ
ମୋ ପରି କିଏ ସେ ସତେ ll
ଭାବନା କରୁଛୁ କେତେ ll
ଏ, ରଙ୍ଗ ମଞ୍ଚରେ ଅଭିନୟ କରେ
ଆସିଅଛି କିଛି କ୍ଷିଣ,
ଖେଳ ସରିଗଲେ ବାହୁଡି ଯିବିଟି
ନ ଥିବରେ ଏଠି ସ୍ଥାନ ll
ଅପେକ୍ଷା କରେ ସ୍ମଶାନ ll
ପ୍ରଭୁଙ୍କୁ ସମର୍ପି ଯାଉ ଦିନ ବିତି
ଏତିକି ମୋହରି ଅଳି,
ତୁମ୍ଭେ ଥାଉ ଥାଉ କାହାକୁ ଡାକିବି
କୁହ ବାରେ ବନମାଳୀ ll
ଧନ୍ୟବାଦ
କବିଶ୍ରୀ ପ୍ରଦୀପ କୁମାର ସାହୁ
ସରସରା
ଜିଲ୍ଲା -ବୌଦ୍ଧ l
ତା -31/10/2019
(ଗୁରୁବାର )
ମୋବାଇଲ ନଂ -8658109371
ରଚନା : ପ୍ରଦୀପ କୁମାର ସାହୁ
ଠିକଣା : ସରସରା,ବୌଦ୍ଧ ଦୂରଭାଷ : ୮୬୫୮୧୦୯୩୭୧
Sent via Google Forms Email
