ଶିଶୁ କବିତା - ବସୁଧୈବ କୁଟୁମ୍ବକମ - ରାକେଶ ସାହୁ

0
ବସୁଧ୍ୟବ କୁଟୁମ୍ବକମ

ସାରା ସଂସାର ଯେ ଆମ କୁଟୁମ୍ବ
ଚଳେଇ ଜାଣିଲେ ସବୁ ସମ୍ଭବ ।।

ସଭିଏଁ ଆମେ ଅଟୁ ଭାଇ ଭଉଣୀ
ଭାବରେ ଏଠି ଯେ ସମସ୍ତେ ଋଣୀ ।।

ଦେଇ ନପାରୁ ଧନ କିମ୍ବା ରତ୍ନ
କଥାରେ ସଦା କରିଥାଉ ଯତ୍ନ ।।

ବୋଲିଣ କଥା ଅତି ସୁମଧୁର
କରିଦେଉ ଅନ୍ୟ ମନରେ ଘର ।।

କରି ନପାରିଲେ କିଛି ସାହାଯ୍ୟ
ସାଥିରେ ରହି ବଢ଼ାଉ ଧର୍ଯ୍ୟ ।।

ଯେତେ ଦୂର ପଛେ ଯିବା ଯେ ଚାଲି
ସମ୍ପର୍କକୁ କେବେ ନଯିବା ଭୁଲି ।।

ରାଷ୍ଟ୍ରୀୟ ଏକତା ଦିବସେ କରିବା ପଣ
ଦେଶ ପାଇଁ ସଦା କରିବା ନିଜକୁ ସମର୍ପଣ ।।


ରଚନା : ରାକେଶ ସାହୁ

ଠିକଣା : ଭୁବନେଶ୍ୱର ଦୂରଭାଷ :


Post a Comment

0Comments
Post a Comment (0)