ଶିଶୁ ସୁରକ୍ଷା
*********
ନୀଳ ସାଗରର ନୀଳ ଲହରୀରେ
ଯାଇଥିଲା ସତେ ଲାଖି।
ନୀରିହ ନିଷ୍ଫାପ ସରଳ ସଜଳ
କୁନି କୁନି ଦୁଇ ଆଖି।।

ଆଶା ଅସୁମାରୀ ଦିଶେ ଉଙ୍କିମାରି
ସାଗର ଲହରୀ ସମ।
ସବୁରି ଭିତରେ ଜଣେ ହୋଇକରି
ମଜା ଲୁଟିବାକୁ ମନ।।

ବିଧିର ବିଧାନ ବିଚିତ୍ର ଭିଆଣ
ଶୈଶବ ପଡିଛି ବନ୍ଧା।
ବେଲୁନ୍ ଖେଳିବା ବୟସେ କରୁଛି
ବେଲୁନ୍ ବିକିବା ଧନ୍ଦା।।

କିଏ ବା ବୁଝିଛି ଦୁଃଖ ଜୀବନର
ହୃଦ କନ୍ଦରର କୋହ।
ଶତ ଶତ କେତେ ଶିଶୁ ଙ୍କ ଶୈଶବ
ନିତି ପ୍ରତି ହୁଏ ଦାହ।।

କିଏ ମାଜୁଅଛି ଅଇଁଠା ବାସନ
କାହାର ଫାଟୁଛି ପିଠି।
ଫୁଟିବା ଆଗରୁ ଦଳି ହେଉଛନ୍ତି
ଶହ ଶହ କଳି ଏଠି।।

ଏଇତ ଜୀବନ ସପନ ବିପର୍ଣ୍ଣ
ସୁଖ ତାର ସାତପର।
ବୃଥା ବ୍ଯବସ୍ଥାର ଅର୍ଗଳୀରେ ସୁପ୍ତ
କଥା ଶିଶୁ ସୁରକ୍ଷାର।।

----------@-------------
ଚିନ୍ମୟୀ ପଣ୍ଡା(ପ୍ରାଚୀଲେଖା)
ଫକୀରପୁର,କେନ୍ଦୁଝର
9438117551