।।   ବିଶ୍ବାସ   ।।
         ***********
ବିଶ୍ବାସର-ବଳୟରେ
ଛାଇଯାଏ ଘନ-କୁଜ୍ଝଟିକା
ଆଶାର-ପଦ୍ମିନୀ ମରେ
ହଜିଯାଏ ସ୍ବପ୍ନର-ସୁରଭି ।
          ପରିବେଶ-କଦାକାର
          ମନତଳେ ଅଜସ୍ର- ଅଳନ୍ଧୁ
          ଶୁଖିଯାଏ କଳ୍ପନାର-ସିନ୍ଧୁ
          ବାସ୍ତବତା ରୂଦ୍ର ରୂପେନାଚେ।
ଅଦ୍ଭୁତ ଖିଆଲ ଏଠି
ପ୍ରଳୟର ସୂତ୍ରପାତ ରଚେ
ଆତ୍ମାହୁଏ ଡହଳ ବିକଳ
ଅସହାୟ ଅସୂୟାରେ
ପ୍ରତିଟି ନୟନ ଏଠି
ଲୁହ ଛଳଛଳ।
          କିଏବା କହିବ
          କାହା ହୃଦ ତଳେ
          ନିଃଶବ୍ଦେ ଉଛୁଳୁ ଥାଏ
          ପ୍ରେମର-କଲ୍ଲୋଳ।।
          *************
କୈଳାସ ଚନ୍ଦ୍ର ପାଢୀ଼।କୁମାରପୁର।
ଭଦ୍ରକ।
==================