. ବୟସର ବସନ୍ତରେ
^^^^^^^^^^^^^^^^^^^^^^^^^^^
ବୟସର ବସନ୍ତରେ
ତରୁଣୀ ତନୁରେ ପ୍ରୀତିର ଲହରୀ
ମନ୍ଦ ମନ୍ଦ ହସେ ସୁଧା ଯାଏ ଝରି
ଭୃଲତାର ଧାରେ ଧାରେ
ପ୍ରେମର ଇସାରା କରେ
ନରମ ଅଧର ଗୋଲାପ ଫୁଲର
ସୁରମ୍ୟ ସାରଣୀ ଭରେ ll
ଅଦ୍ଭୁତ ମଦନବାଣେ
ମରମ ତଳର ଅସୁମାରୀ ଆଶେ
କାମିନୀ ଅସ୍ଥିର କାମର ଆଶ୍ଳେଷେ
ମୃଦୁ ମନ୍ଦ ମଦ ଗୁଣେ
ଯଉବନ ବିଚକ୍ଷଣେ
ନିରବ ଆଳାପେ ଗଗନ ତଳପେ
ବିରହିଣୀ ବିଚରଣେ ll
ଛଟ ପଟ ଅହରହ
ନୂତନ ଉଦ୍ୟମ ନବୀନ ଉଚ୍ଛ୍ୱାସ
ଅତୃପ୍ତ ପରାଣ ବିରହର ଦାସ
ଘନଘନ କମ୍ପେ ଦେହ
କାମ ଗନ୍ଧ ମହମହ
ଉଡ଼ନ୍ତା ଭ୍ରମର ବିନ୍ଧି ଶୀତ ଶର
ଶୀତଳାଏ ମନ କୋହ ll
-0-
ବସନ୍ତ କୁମାର ପଣ୍ଡା
ବଇଞ୍ଚା,ଇରମ,ଭଦ୍ରକ
8979447036
0 Comments
You can write now your valuable comments here. Off-topic comments may be removed or deleted without prior notice.