• ବାଜି ରାଉତ
• (ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି)
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି ,ଖୋର୍ଦ୍ଧା
• ---------- --- ୧୧ . ୧୦ . ୨୦୧୯ --- ----------
• ବାଜିଆ ବୋଲି ସେ ଅବୋଧ ଝଡ଼ ଟେ ଓଡ଼ିଶାର ଢେ଼ଙ୍କାନାଳ
• ଗଡ଼େ, ଜନ୍ମିଲା ସେଦିନ ରାତିରେ ନାଁ ରଖିଗଲା କାଳ କାଳ ।।

• ଘୋର ଘନ ରାତି ଅନ୍ଧାର ଚିରି ଅଗ୍ନି ଉଲ୍-କା ସମ
• ଆବିର୍ଭାବ ହେଲା ଇତିହାସ ଆଜି ଗାଉଛି ଯାହାର ନାମ ।।

• ରାଜା ଅତ୍ୟାଚାର ଅସହ୍ୟ ହୋଇଲା ବିଦ୍ରୋହ କରିଲେ ପ୍ରଜା
• ଇଂରେଜୀ ଫଊଜ ବିଦ୍ରୋହ ଦମନେ ହକାରି ଆଣିଲେ ରଜା ।।

• ଗଡ କୁ ପ୍ରବେଶ ନିମନ୍ତେ ସେଦିନ ମହାନଦୀ କୁଳ ଘାଟେ
• ପ୍ରବେଶି ଦେଖିଲେ ଡଙ୍ଗା କୁଳେ ବାଦ୍ଧି ବସିଛି ଛୋଟ ପିଲାଟେ ।।

• ବୟଷ ତାହାର ମାତ୍ର ବାଆର ହସ ହସ ଦିସେ ମୁହଁ
• ଡଙ୍ଗା ଆଣ ବେଗେ ଆରପାରି ପାଇଁ ନଦୀ ପାର କରିଦିଅ ।।

• ଫଉଜ କୁ ଦେଖି ନଡରିଲା ତିଳେ ମନା କରେ ନାହିଁ ନାହିଁ
• ପ୍ରଜାମଣ୍ଡଳ ର ବିନା ଆଦେଶରେ ଡଙ୍ଗା ବାହିବି ନାହିଁ ।।

• ଏଡିକି ସାହସ ମେଞ୍ଚଡ ପିଲା ତୁ କି ସାହସେ ଏଡେ କଥା-
• କହୁ, ଡର,ଭୟ ନାହିଁ କିରେ ତୋର ନଶୁଣୁ ଫଉଜୀ କଥା ।।

• ଯେତେ ପରକାର ବୁଝାଇ କହିଲେ, ନଶୁଣି କୁଳରୁ ଡଙ୍ଗା
• ନେଇ, ଚାଲିଯାଏ ବାଜିଆ ନ ଶୁଣି ଗୋରା ଫଉଜର କଥା ।।

• ଉତ୍-କ୍ଷିପ୍ତ ହୋଇଲେ ଗୋରା ପଲଟଣ ନକରିବାରୁ ସେ ପାରି
• ଗୁଡୁମ୍,ଗୁଡୁମ୍ ଗୁଳି ଛୁଟି ଗଲା ବାଜିଆ ପଡ଼ିଲା ଟଳି ।।

• ପ୍ରଜାହିତ ପାଇଁ ମୃତ୍ୟୁ କୁ ଯିଏ ନଡରିଲା ଆଜି ସିଏ
• ଅମର ହୋଇଛି ଏବେ ବି ସେ ନାମ ବିଶ୍ଵ ଇତିହାସ ଗାଏ ।।




ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା ଦୂରଭାଷ :