ମାନବ ଜୀବନ ଶ୍ରେଷ୍ଠ ଜୀବ ଜାଣ,
ମାନବ ଜୀବନ ଶ୍ରେଷ୍ଠ ଜୀବ ଜାଣ
ମନୁଷ୍ୟତ୍ୱ ଗୁଣ ରଖ,
ଚରିତ୍ର ଜୀବନ କରଟି ଭୂଷଣ
ତେବେଟି ରହିବ ଟେକ ll
ନିଜକୁ ନିଜେ ପରଖ ll
ଅସଭ୍ୟ ଜୀବନ ପଶୁ ତୁଲ୍ୟ ଜାଣ
ଲଜ୍ୟାକୁ ଦିଅ ସମ୍ମାନ,
ଏ, ମାନବ ଜନ୍ମ ସାର୍ଥକ ହୋଇବ
ପୋଷାକର ପରିଧାନ ll
ନଗ୍ନ ହୁଏ ନୀଚ ସ୍ଥାନ ll
ସୃଷ୍ଟିର କରତା ପଠାନ୍ତି ଆମକୁ
ମହତ ଉଦ୍ଦେଶ୍ୟ ନେଇ,
ଅମଣିଷ ହୋଇ କେମିତି ଚଳିବା
କହି ଦିଅ ଥରେ ଭାଇ ll
ସୁପଥ କୁପଥ ରହିଅଛି ପଥ
ଯେଉଁ ପଥ ବାଛି ନେବ,
ଖାଦ୍ୟ ଅନୁଯାଇ ମନ ଭାବ ସୃଷ୍ଟି
କର୍ମେ ଅଗ୍ରସର ହେବ ll
ତେଣୁ ଆଗ ପଛ ଭାବ ll
ଭାବନାରୁ ସୃଷ୍ଟି କର୍ମର ଉତ୍ପତି
କର୍ମ ଅନୁଯାଇ ଫଳ,
ଯେଝା କର୍ମ ନେଇ ଫଳ ଆଦରନ୍ତି
ବ୍ୟକ୍ତିତ୍ୱ ହୁଅଇ ଠୁଳ ll
ନିଜ ପାଇଁ ନିଜେ ସମ୍ଭାଳ ll
ଧନ୍ୟବାଦ
କବିଶ୍ରୀ ପ୍ରଦୀପ କୁମାର ସାହୁ
ସରସରା
ଜିଲ୍ଲା -ବୌଦ୍ଧ l
ତା -11/10/2019
ମୋବାଇଲ ନଂ -8658109371
