ସେମିତି କିଛି
^^^^^^^^^^^
ସେମିତି ଲାଗୁନି କିଛି ହେ ମନ ମୋହନ
ଶୁଭୁ କି ନ ଶୁଭୁ ତୁମ ମୂରଲୀର ସ୍ବନ ,
ଆଜି ଏ ଯମୁନା କୂଳେ
ତୁମରି କଦଂବ ମୂଳେ
ଭାବ ବିରହିତ ଆଜି ନିସ୍ତରଂଗ ମନ !

ତୁମରି ତ୍ରିଭଂଗୀ ଠାଣି ସେ ବାଂକ ଚାହାଁଣି
କହୁ ନାହିଁ ଯେମିତି ସେ କିଛି ବି କାହାଣୀ
ହଜି ଯାଇଛି ପୁଲକ
ମନେ ନାହିଁ ଦକ ଦକ
ହେଉ ନାହିଁ ବିଚଳିତ ଚଂଚଳ ନୟନ !

ରାଧାର ର ବିରହ ଆଉ ଅବାରିତ ଲୁହ 
ଯେମିତି ହେଇ ଯାଇଛି ଆଜି ଧ୍ୟାନମୟ
ପାଇବାର ଆଶା ନାହିଁ 
ହରାଇବା ବ୍ୟଥା କାହିଁ
ଅତୀତ ହେଇ ଯାଇଛି ରାଧା ଅଭିମାନ !

       &&&&&&
               ଶ୍ରୀଯୁକ୍ତ ସୁବଳ ରାଉତରାୟ
                ଭୁବନେଶ୍ୱର
              8658109371
              86