ଆଜି ବି ମନେ ତମ ସ୍ମ୍ରୁତି...
ମୋ ଛାତି ଭିତରେ ନାଚିଉଠେ
ତୁମର ସେହି ମାନବାଦୀ ବାଣୀ ଶୁଣି
ତୁମ ପରି ହେବାକୁ ଇଛା କରେ
ଦିବାରାତି ସ୍ବପ୍ନରେ ହେଉଥାଏ ଗୁଣି ଗୁଣି ।
ଧନ୍ଯ ହୋଇଛି ଆମ ଓଡିଶା ମାଟି
ତୁମ ପରି ସମାଜ ସେବକକୁ ପାଇ
ଧନ୍ଯ ହୋଇଛି ପୁରୀର ସାକ୍ଷୀଗୋପାଳ ଗ୍ରାମ
ତୁମ ପରି ମହାନ କବି ମାନଙ୍କୁ ଦେଇ ଜନମ ।
ତୁମ ସହକାରରେ ଖୋଲିଲା
ସତ୍ଯବାଦି ବନବିଦ୍ଯାଳୟ
ରଖିଲ ମହାନ ପଣ୍ତିତ ମାନଙ୍କୁ
ଶିକ୍ଷାର ସଚେତନ ଦେଇ
ସମାଜକୁ କରାଇଲ ଦିଗଦର୍ଶନ
ବାତ୍ଯାରେ ସହ ସହ ଲୋକଙ୍କୁ
ରିଲିଫ୍ ପାଣ୍ଠି ଯୋଗାଇଲ ।
ସମାଜର ଖବର ପହଂଚେଇବା ପାଇଁ
ହାତ ଗଢା "ସମାଜ" ପତ୍ରିକା ପ୍ରତିଷ୍ଠା କଲ
ଓଡିଆ ଭାଷା ସାହିତ୍ଯ ପାଇଁ
ରଚିଗଲ କେତେ ଗୁଡିଏ ମହାନ କବିତାମାଳା ।।
ହଜାରି ବାଗ୍ କାରାଦଣ୍ଡରେ ଥାଇ
ସ୍ରୁଷ୍ଟି କଲ ବନ୍ଦିର ଆତ୍ମକଥା
ବାରଶହ ବଢେଇର ମର୍ଯ୍ଯାଦା ରକ୍ଷା ପାଇଁ
ରଚନା କଲ ଧର୍ମପଦ କୁ ନେଇ ।।
ସର୍ବଦା କହୁଥିଲ ଲୋକଙ୍କୁ
ମାନବ ସେବା ହିଁ ପ୍ରକ୍ରୁତ ସେବା
ଆଜି ବି ତମର ଫଟୋ ଦେଖିଲେ
ଝଲକି ଉଠେ ମୋ ହ୍ରୁଦୟରେ ତୁମର ସ୍ମ୍ରୁତି ...।।
ନାମ - ଆନନ୍ଦ ସାଗରିଆ
ଦୂରବାର୍ତ୍ତା -୯୦୭୮୨୩୪୧୦୬
ମୁଠାବାଲି (କନ୍ଧମାଳ)