ସଂଘର୍ଷ - ଚିନ୍ମୟୀ ପଣ୍ଡା

0
ସଂଘର୍ଷ
******
ଧରି ନାହିଁ ଅସ୍ତ୍ର କରୁଛି ସଂଘର୍ଷ
ଗରଭେ ସଞ୍ଚାର ଦିନୁ।
ଏ ଜୀବନ ପଥ ଅଟେ ରଣ କ୍ଷେତ୍ର
ମୁକ୍ତି ନାହିଁ ତାର ବିନୁ।।
ଜନନୀ ଜଠରେ ପ୍ରତି ମୁହୁର୍ତ୍ତରେ
ଆଲୋକ ସନ୍ଧାନେ ରତ।
ଦଶମାସ ଅନ୍ତେ ଧରଣୀ ଛୁଅନ୍ତେ
ଚକ୍ଷୁ ଉନ୍ମୁକ୍ତେ ଚକିତ।।
ସର୍ବେ ଯୋଦ୍ଧା ବେଶୀ ଯୁଦ୍ଧରେ ନିବେଶୀ
ଆପଣା ଆପଣା ପ୍ରାଣ।
ଧାବନ୍ତି ଅଧିରେ କାଳର ସ୍ରୋତରେ
ଅମର ହେବାକୁ ମନ।।
ଲୋଭ ଅହଂକାର କରି ସହଚର
ଚାଲିଛି ମହା ସମର।
ସ୍ବୟଂ ସତ୍ତାର ସଂସ୍ଥାପନ ଅର୍ଥେ 
ନିମଜ୍ଜିତ ଏ ସଂସାର।
***************
ଚିନ୍ମୟୀ ପଣ୍ଡା(ପ୍ରାଚୀଲେଖା)
ଫକୀରପୁର,କେନ୍ଦୁଝର

Post a Comment

0Comments
Post a Comment (0)