ମନ ସିଂହାସନେ ବିଜେକର
👏👏👏👏👏👏

ଅତି ଶରଧା ରେ ଡାକୁଛି କାଳିଆ
ଶୁଣ ଡାକ ଦୟା କରି,
ସଜେଇ ରଖିଛି ମନ ସିଂହାସନ
ବିଜେକର ବାରେ ହରି |

ଘୋରି ରଖିଛି ମୁଁ ପୀରତି ଚନ୍ଦନ
ଲେପିଦେବି ଶ୍ରୀ ଅଙ୍ଗରେ,
ଭକତିର ମାଳା ଗୁନ୍ଥିଛି ପ୍ରଭୁ ହେ
ଲମ୍ବାଇ ଦେବି ଗଳା ରେ |

ପାପ ପୁଣ୍ୟ ଯେତେ ଅରଜିଛି ମୁହିଁ
ଚଲା ପଥରୁ ସାଉଁଟି,
ରଖିଛି ସାଇତି ଦେବା ପାଇଁ ତୁମ
ଅଭୟଚରଣେ ଭେଟି |

ତୁମେ ମହାବାହୁ ଜଗତ କରତା
ଦୁଃଖୀ ଲାଗି ଦୟା ହେଉ
ମୁହିଁ ଅକିଞ୍ଚନ ଦୀନହୀନ ଜନ
ଚରଣେ ଗୁହାରି ଥାଉ |

ତୁମେ ତ ଦୟାଳୁ ବୋଲାଅ ସଂସାରେ
ଦୃଷ୍ଟର ବିନାଶକାରୀ,
ତୁମେ କୃପା କଲେ ମୂକ ଗୀତଗାଏ
. ପଙ୍ଗୁ ଲଙ୍ଘିଯାଏ ଗିରି |

ଅନ୍ଧ ଦେଖି ପାରେ କାଲ ଶୁଣିପାରେ
ଅନୁକମ୍ପା ତୁମ ହେଲେ,
ଦାଣ୍ଡର ଭିକାରି ଅଳକା ର ପୁରୀ
ଲାଭ କରେ ଅବହେଳେ |

ହୁଅଇ ପତିତ ମହା ପୂଣ୍ୟବନ୍ତ
ନାମ ତୋର ଗାଉ ଗାଉ,
ତୋ ପାଦେ ଜୁହାର କୋଟି କୋଟି ମୋର
କରୁଣା ଉଣା ନ ହେଉ |

ଜୀବନ ର ସବୁ କାମନା କୁ ମୋର
ଜାଳିବି ପ୍ରଦୀପ କରି,
ତୁମରି ସେବାରେ ବିତିଯାଉ ପ୍ରାଣ
ମୁହିଁ ଯେ ପାଦ କିଙ୍କରୀ |

ମନୋରମା ମହାନ୍ତି, ପ୍ର. ଶି.
ଫଳପୁର, ଧାମନଗର, ଭଦ୍ରକ
9583692575


ରଚନା : ମନୋରମା ମହାନ୍ତି

ଠିକଣା : ଫଳପୁର,ଧାମନଗର,ଭଦ୍ରକ ଦୂରଭାଷ : ୯୫୮୩୬୯୨୫୭୫