*************************
ଦୀପାବଳୀ ସାଥେ ଘରବାଲୀଙ୍କର
ସମ୍ପର୍କଟା ଅଟେ ନିଆରା
ଧନତେରାସରୁ ଚାଲେ ପତ୍ନୀଙ୍କର
ଶୁଭ ଦୀପାବଳୀ ଡାକରା
ପିଲାଏ କହନ୍ତି ମାଆ ସାଥେ ଯାଇ
ଉଠେଇ ଆଣିଛୁ ବଜାର
ଏସନ ଦିୱାଲୀ ହବ ଝିଲିମିଲି
ଉଠିବ ଅନାର ଫୁଆର
ଫଟକା ଭଳିଆ ଫାଟୁଛି ମୋ ମନ
ଫାଟିଛି ପେଅଣ୍ଟ ପକେଟ
ଫୁଲଝରି ପରି ଘରବାଲୀ ମୋର
ରକେଟ ପରିକା ଉଚ୍ଚାଟ
ବଜାରୁ କିଣିଛି ସୁନାର ଗହଣା
ମହଙ୍ଗା ସାର୍ଟ,ସୁଉଟ୍
ଅବସ୍ଥା ମୋ ପୁରା ଫୁସୁକା ବଅମ
ବଢୁଛି ମୋ ହାର୍ଟବିଇଟ୍
କହି ହଉନି କି ସହି'ବି ହଉନି
ଦେଖି ଘରଣୀଙ୍କ ବରାଦ
ଲଣ୍ତି ବାଣ ପରି ହଗୁଛି ମୁଁ ଖାଲି
ନାହିଁ ମୋର କିଛି ଫେରାଦ
ଧପଧପି ପରି ଜଳୁଛି ମୁଁ ସିନା
ଖୁସିରେ ମୋ ଘରବାଲୀ
ହାବେଳି ପରିକା ଘୁରୁଛି ସେ ଖାଲି
ପାଳୁଛି ହାପି ଦିୱାଲୀ
~~~~~~~୦~~~~~~~(ସରୋଜ ଶତପଥୀ)
ରଚନା : ସରୋଜ କୁମାର ଶତପଥୀ
ଠିକଣା : ଗାୟତ୍ରୀ ବିହାର,ଯାଜପୁର ରୋଡ୍ ଦୂରଭାଷ : ୭୯୭୮୪୧୨୮୯୯
Sent via Google Forms Email