ଅତିବଡି ଜଗନ୍ନାଥ ଦାସ
********************************
ଅର୍ଦ୍ଧମୃତ ଏଇ ଓଡ଼ିଆ ଜାତିକୁ
ଭାଗବତ ଧର୍ମ ଶାସ୍ତ୍ର,
ରଚିଥିଲ ତୁମେ ସିଦ୍ଧିବନ୍ତ ଭକ୍ତ
ମାତୃଭକ୍ତି ତୁମ ଅସ୍ତ୍ର ।
ମାତା ପଦ୍ମାବତୀ ଆନନ୍ଦ ଉତ୍ସବେ
ପାଳିଲେ ଶୈଶବ କାଳ,
ପିତା ଧର୍ମବନ୍ତ ଭଗବାନ ଦାସ
ଈଶ୍ବର ଧ୍ଯାନେ ପାଗଳ ।
ଭାଦ୍ରବ ମାସର ରାଧାଷ୍ଟମୀ ବେଳେ
ରାଧା ରସ ନେଇ ଜାତ,
ପୁରାଣ ପଣ୍ଡାଙ୍କ ଅନ୍ତ'ର ବେଦନା
ବୁଝିଥିଲେ ଜଗନ୍ନାଥ ।
ଚାରି ବର୍ଷ ବେଳେ କର୍ଣ୍ଣ ବିନ୍ଧନ
ପିତା ଠାରୁ ଜ୍ଞାନ ଶିକ୍ଷା,
ଆଠ ବର୍ଷ ବେଳେ ବ୍ରତୋପନୟନ
ସଂସ୍କୃତେ ପାଣ୍ଡିତ୍ଯ ବାକ୍ଷ୍ଯା ।
କପିଳେଶ୍ବର ପୁର ତୁମ ଲାଗି ଧନ୍ଯ
ଆହେ ଈଶ୍ବର ବିଶ୍ବାସୀ,
ବାଳକ କାଳରେ ରଚିଲ ପୁସ୍ତକ
'କଳପା' ତା ମୁକସାକ୍ଷୀ ।
"ପ୍ରେମ ସୁଧାମୃତ" "ଗଜ ନିସ୍ତାରଣ"
"ବର୍ଦ୍ଧମାନ" ଧର୍ମ ଶାସ୍ତ୍ର,
"ଆରତ କୋଇଲି " "ନାଟ୍ଯ ଗୁପ୍ତମାଳା"
"ଦୁତି ବୋଧ" ଜ୍ଞାନ ଅସ୍ତ୍ର ।
"ଶ୍ରୀ ସତସଙ୍ଗ" "ତୁଳାବୀଣା" ରଚି
ଓଡିଆ ଭାଷା ପ୍ରାଧାନ୍ୟ,
"ନିତ୍ୟାଚାର ଦୀକ୍ଷା ସାହିତ୍ୟୋପସନା
ବିଧି" ଭାଷା ପ୍ରେମ ଧନ୍ଯ
"ନୀଳାଦ୍ରି ଷ୍ଟକମ୍ " "ଉପାସନା ସତକ"
"ଫୁଲତୋଳା ଚଉତିଶା ",
"ଶ୍ରୀ ରାଧାରାସ ମଞ୍ଜରୀ " "ମନଶିକ୍ଷା"
ତବ ଶୁଦ୍ଧ ପରିଭାଷା ।
ବ୍ଯାସ ଭାଗବତଂ ସଂସ୍କୃତ ଅଟଇ
ମାତା ଦେଲେ ଦୁଃଖେ ଭାଷି ,
ଓଡ଼ିଆ ଘର'ର ଭାଷା ରସ ଦେଇ
ଦିଅ ଭାଗବତ ରଚି ।
ଘରେ ଘରେ ପୂଜା କରିବେ ସଭିଏଁ
ଅଣଚାସ ଅକ୍ଷରକୁ,
ଅଣଚାସ ବାୟୁ ତା ସଙ୍ଗେ ବହିଲା
ମୁକ୍ତି ଦିଏ ଶରୀରକୁ ।
ହେ ପାବନ ସ୍ରଷ୍ଟା ମର୍ମାନୁବାଦ ସେ
ପୂଣ୍ୟ ଗ୍ରନ୍ଥ ଭାଗବତ,
ନୃସିଂହ ଚରଣ ନମିଲ ଆପଣ
ଶୃତିଗମ୍ଯ ଶ୍ରେଷ୍ଠ ଗ୍ରନ୍ଥ ।
ଭାବାନୁବାଦ ସେ ନବାକ୍ଷରୀ ପଦ
ଭକ୍ତି, ଜ୍ଞାନ,ବୈରାଗ୍ୟ,
ଲୋମଦ୍ଗମ୍ ଶଦ୍ଦ ହର୍ଷ ହର୍ଷ ନାଦ
ଓଡ଼ିଆ ଗୃହକୁ ଯୋଗ୍ୟ ।
ପନ୍ଦର ଶ'ନଅ ଚଇତନ୍ଯ ପ୍ରଭୁ
ଉତ୍କଳକୁ ଆଗମନ,
ଜଗତ କରତା ଜଗନ୍ନାଥ ପାଦେ
ଲଭିବାକୁ ଦରଶନ ।
ଅଠର ବରଷ ଜଗନ୍ନାଥ ଦାସେ
ବେଦ ବେଦାଙ୍ଗେ ନିପୁଣ ,
ଆତ୍ମା ପରମାତ୍ମା ଭେଟ ହୋଇଗଲା
ରାଧା କୃଷ୍ଣ'ର ବନ୍ଧନ ।
ଜଣେ କୃଷ୍ଣ ହସ୍ତୁ ଜନମ ହୋଇଣ
ଅହରହ ରଟେ ଲୀଳା,
ଜଣେ ରାଧା ରାସ "ଭାଗବତ" ସ୍ରଷ୍ଟା
ଅପୂର୍ବ ସେ ପ୍ରୀତି ଖେଳା ।
ପନ୍ଦର ଶ'ଦଶ ଗୁରୁ ଦୀକ୍ଷା ପଥ
ଚଇତନ ଦେଲେ ଖୋଲି,
ଅତି ଗୁରୁ ଭକ୍ତି ନିବିଡ଼ ସେ ତତ୍ତ୍ୱ
ଗୁରୁ ଜ୍ଞାନ ଭକ୍ତି ଝୋଲି ।
ନମଇ ଜଗନ୍ନାଥ ଭକତ ଚରଣ
ରଖ ହେ ପାବନ ସ୍ରଷ୍ଟା,
ଭାଗବତ ଟୁଙ୍ଗୀ ପ୍ରତି ଗ୍ରାମେ ଗ୍ରାମେ
ପୂଜ୍ଯ ତୁମେ ଦିବ୍ୟ ଦ୍ରଷ୍ଟା ।
************************************
ଭଜରାମ ସେଠୀ ,ନିରାଳ, ଗଂଜାମ
୯୫୬୬୮୭୬୫୦୪


ରଚନା : ଭଜରାମ ସେଠୀ

ଠିକଣା : ନିରାଳ ,ଆସିକା, ଗଂଜାମ ଦୂରଭାଷ : 9566876504