ରାତି ପ୍ରାୟ ବାରଟା ହେବ ସୁନିର କୋହ ଫଟା ଚିତ୍କାର ଶୁଭିଲା|ମୋତେ ଛାଡିଦିଅ ମୋତେ ମାରନାହିଁ, ମୁଁ ବଞ୍ଚିବାକୁ ଚାହେଁ |ହଠାତ ରମେଶ ବାବୁ ଝିଅ ର ଚିତ୍କାର ଶୁଣି ସୁନି ର ଶୋଇବା ଘରକୁ ଦୌଡ଼ି ଆସିଲେ,ଆଉ ଝିଅ ର ମଥାରେ ହାତ ପାପୁଲି କୁ ଘୁରାଇ ଉତ୍ତର ଦେଲେ -ଏ ମା କାହିଁକି ଏମିତି ବ୍ୟସ୍ତ ହେଉଛୁ ତୋର କିଛି ହେବନି, ମୁଁ ପରା ତୋର ବାପା ତୋର ରକ୍ଷା କବଚ |ହଠାତ ସୁନି ର ନିଦ୍ରା ଭାଙ୍ଗିଗଲା ସେ ତାର ବାପା ଙ୍କୁ କୁଣ୍ଢାଇ ପକାଇଲା |ତାର ଶରୀର ସେତେବେଳେ ଭୟ ରେ ପ୍ରକମ୍ପିତ |ସେ ଖାଲି ଗୋଟାପଣେ ଥରୁଛି |ବାପା ପଚାରିଲେ -ଝିଅ ଯାହା ହେବାର ଥିଲା ତାହା ହୋଇଗଲା ଆଉ ସେକଥା ଭାବି ଲାଭ କଣ? ଆମ ଭାଗ୍ୟ ତୋ ପୋଡା ଅଟେ ଆଉ କାହାକୁ କହିବା| ତୁ ଯଦି ଏମିତି ଭାଙ୍ଗି ପଡ଼ିବୁ ମୁଁ କାହା ସାହାରାରେ ବଞ୍ଚିବି |ସମରେଶ ଙ୍କ ମୃତ୍ୟୁକୁ ଗୋଟେମାସ ହୋଇଗଲା, ତୁ ଧର୍ଯ୍ୟଧର ସବୁ ଠିକ ହୋଇଯିବ |ସୁନି କହିଲା ବାପା କେମିତି ଧର୍ଯ୍ୟ ଧରିବି ସେ ଦାରୁଣ ସମୟ କଥା ମନେ ପଡିଗଲେ ବଞ୍ଚିବାକୁ ଇଛା ହେଉନାହିଁ|ସମରେଶ ସବୁବେଳେ ମୋ ସ୍ବପ୍ନ ରେ ଆସୁଛନ୍ତି, ଆଉ କହୁଛନ୍ତି ମୁଁ ଶୀଘ୍ର ଫେରିଆସିବି ସୁନି |ରମେଶ ବାବୁ କହିଲେ ଏସବୁ କଣ ସତ୍ୟ ଅଟେ!ରମେଶ ବାବୁଙ୍କ ମାନସ ପଟରେ ଉଙ୍କି ମାରିଲା ଅତୀତ ତର ସେ ସବୁ ଘଟଣା.....
ସମରେଶ ଆଉ ସୁନି ପରସ୍ପର କୁ ବହୁତ ଭଲ ପାଉଥିଲେ |ସମରେଶ ଅନାଥ ବୋଲି ରମେଶ ବାବୁ, ଝିଅକୁ ମନା କରନ୍ତି ସମରେଶ ସହିତ ମିଳାମିଶା କରିବା ପାଇଁ |କିନ୍ତୁ ସୁନି ର ଅଭିମାନ ଭରା ଜିଦି ଆଗରେ ପିତାର କଠିନ ହୃଦୟ ତରଳି ଯାଏ |ଶେଷରେ ସେ ନିଷ୍ପତ୍ତି ନିଅନ୍ତି ଦୁଇଜଣ ଙ୍କର ବିବାହ ପାଇଁ |ଏସବୁ ବିଷୟରେ ସମରେଶ ଜାଣିଲା ପରେ ସେ ସୁନି ଆଉ ତାର ଭବିଷ୍ୟତ କୁ ନେଇ ସୁନେଲି ସ୍ବପ୍ନ ରେ ନିମ୍ନଜିତ ହୋଇପଡେ |ସେ ତାର ମାନସ ପଟରେ ଆଙ୍କିଚାଲେ କେତେ ପ୍ରତିଛବି କେବଳ ତାର ପ୍ରିୟା ସୁନିକୁ ନେଇ |ସବୁବେଳେ ସେଦୁଇଜଣ ପ୍ରେମପକ୍ଷୀ ସମରେଶ ର ବାଇକି ରେ ଖୋଲା ଖୋଲି ଭାବରେ ଭ୍ରମନ୍ତି, ଡର ନଥାଏ ତାଙ୍କର କାହାକୁ |ଯେତେବେଳେ ଯୁଆଡେ ବାଇକି ରେ ଯାଇଥାନ୍ତି ସବୁବେଳେ ସୁନି ସସମରେଶ କୁ କୁହେ ମୁଣ୍ଡ ରେ ହେଲମେଟ ଲଗାଇବା ପାଇଁ କିନ୍ତୁ ସମରେଶ ତାର କଥା କୁ ଟାଳି ଦେଇ କୁହେ ମୁଣ୍ଡ ରେ ଥିବା କେଶ ଗୁଡିକ ଖରାପ ହୋଇଯିବ ଆଉ ଅଣନିଶ୍ୱାସୀ ଲାଗିବ, ମୁଁ ଏ ହେଲମେଟ ପିନ୍ଧିବିନି,ତୁମର ଯଦି ଇଛା ହେଉଛି ପିନ୍ଧିଦିଅ |ଏହପରି ଯୁଆଡେ ଯାଇଥାନ୍ତି ସୁନି ପଛରେ ହେଲମେଟ ପିନ୍ଧି ଯାଇଥାଏ ଆଉ ସମରେଶ ବିନା ହେଲମେଟରେ ଗାଡି ଚଲାଇଥାଏ |ଏମିତି ବହୁତ ଦିନ ବିତିଗଲା, ଦୁଇଜଣ ଙ୍କର ବିବାହ ଦିନ ଠିକ ହୋଇଗଲା |ସାବାନ୍ଧଵଃ ଙ୍କ ଉପସ୍ଥିତି ରେ ବିବାହ ସମ୍ପର୍ଣ୍ଣ ହୋଇଗଲା |ସମସ୍ତ ବନ୍ଧୁ ବାନ୍ଧବ ନବଦମ୍ପତି ଙ୍କୁ ଆଶୀର୍ବାଦ ଦେଇ ସ୍ଵଗୃହ କୁ ଗମନ କଲେ |ବିବାହ ର ଏକ ମାସ ପରେ ଦିନେ ସମରେଶ ଦେଖିଲା ସଡ଼କ ସୁରକ୍ଷା ଆଇନ ଦ୍ୱାରା ସମସ୍ତଙ୍କ ଠାରୁ ଗାଡିର ଇନ୍ସୁରାନ୍ସ, ପଲୁଶନ, ଗାଡିର ଲାଇସେନ୍ସେ ଇତ୍ୟାଦି ଚେକ କରାଯାଉଛି,ତତ ସହିତ ଚାଳକ ମାନେ ହେଲମେଟପିନ୍ଧି ଯାନ ଚଲାଉଛନ୍ତି କି ନାଇଁ ଦେଖାଯାଉଛି |ଯିଏ ଏସବୁ ରଖିନାହିଁ ତାକୁ ଫାଇନ ଦେବାକୁ ପଡୁଛି |ସମରେଶ ଏସବୁ ଦେଖି ସେହିଠାରେ ତାଙ୍କ ସାମ୍ନାରେ କିଛି ସମୟ ପାଇଁ ହେଲମେଟ ପରିଧାନ କରି ଖସିଆସିଲା ଆଉ ଟିକେ ଆଗକୁ ଯାଇ ହେଲମେଟ ଖୋଲିଦେଇ ପୂର୍ବପରି ଗଲା |ଏହିପରି ଯେଉଁଠି ଏସବୁ ଗାଡିଚାଳକ କୁ ଚେକ କରିବାର ଦେଖିଲା ଏହିଭଳି କଲା |
ଦିନକର କଥାସୁନିର ର ଜଣେ ବାନ୍ଧବୀ ଙ୍କର ବିବାହ ଥିଲା ରାତ୍ରି ସମୟ ରେ , ଦୁଇଜଣ ଦମ୍ପତି ମହା ଆନନ୍ଦ ରେ ବେଶପରିପାଟୀ ସହ ବାହାରିପଡିଲେ |ସୁନି ହାତରେ ହେଲମେଟ ନେଇକି ଆସିଲା,ସମରେଶ କହିଲା ସେଇଟା କାହିଁକି ଆଣିକି ଆସୁଛ,ହେଲମେଟ ର କିଛି ପ୍ରୟୋଜନ ନାହିଁ ଏସବୁ ର ପ୍ରତ୍ୟକ୍ଷ ଦର୍ଶୀ ଥିଲେ ରମେଶ ବାବୁ |ସେ ମଧ୍ୟ ସମରେଶ କୁ ବୁଝାଇଲେ ଫାଇନ ଲାଗିବ ବୋଲି ହେଲମେଟ ପିନ୍ଧିବା ଆଉ ସବୁବେଳେ ପିନ୍ଧିବାନି କାହିଁକି|ନିଜର ସୁରକ୍ଷା ପାଇଁହେଲମେଟ ପିନ୍ଧାଯାଏ, ଫାଇନ ପାଇଁ ନୁହେଁ ନିଜର ସୁରକ୍ଷା ନିଜ ହାତରେ ଅଟେ |ଏସବୁ କଥା କହିଲେ କିନ୍ତୁ ସମରେଶ କୋଉ ଶୁଣିବା ପିଲା ସେ କହିଲା ହେଲମେଟପିନ୍ଧିଲେ ସବୁ ବେଶଭୁଷା ଖରାପ ହୋଇଯିବ|କ୍ଷମା କରିବେ ବାପା ମୁଁ ପିନ୍ଧିପାରିବିନି ହେଲମେଟ|ଏହିପରି ରମେଶ ବାବୁଙ୍କ କଥାକୁ ମଧ୍ୟ ସେ ହସରେ ଟାଳି ଦେଇଥିଲା ସେଦିନ |ହସ ହସ ମୁଖରେ ବାହାରିପଡ଼ିଥିଲେ ଦୁଇଜଣ ଦମ୍ପତି ବିବାହ ପାର୍ଟି କୁ|ରାସ୍ତା ରେ ସୁନି ବହୁତ ଥର କହିଲା ସମରେଶ ହେଲେଁମେଟ ପିନ୍ଧି ଦିଅ, ବହୁତ ଗାଡି ମଟର ର ଭିଡ଼ ଅଛି ମୋତେ କାହିଁକି ଠିକ ଲାଗୁନି ବିନା ହେଲେଁମେଟ ରେ ଗାଡି ଚଳାଇବାଟା |କିନ୍ତୁ ସମରେଶ କହିଲା ରାତିରେ କଣ କିଏ ଆମକୁ ଚେକ କରୁଛି କି !ତାଛଡା ହେଲେଁମେଟ ପିନ୍ଧିଲେ ମୋର ସବୁ ବେଶ ପରିପାଟି ଖରାପ ହୋଇଯିବ |ରାଗିଯାଇ ସମରେଶ କହିଲା ତୁମକୁ ବାରମ୍ବାର କହୁଛି ଆଉ କିଛି କଥା ନାହିଁ ଖାଲି ହେଲେଁମେଟ କଥା କିଛି ରୋମାନ୍ସ କଥା କହୁନ, ଆଉ ଯଦି ତୁମେ ହେଲେଁମେଟ ପିନ୍ଧିବା ଏତେ ଜରୁରୀ ଆଉ ତାକୁ ସାଥିରେ ଆଣିକି ଆସିଛ ତାହେଲେ ନିଜେ ପିନ୍ଧିନିଅ |ଶେଷରେ ସୁନି ହେଲେଁମେଟ ପିନ୍ଧିଦେଲା |ଏମିତି ଦୁଇଜଣ ବାଇକି ରେ ଯାଉଥାନ୍ତି, ହଠାତ ସମରେଶ ଗାଡିର ବିପରୀତ ଦିଗରୁ ଗୋଟେ ବଡ ଟ୍ରକ ଅଚାନକ ତାର ଗତିପଥ ବଦଳାଇ ଶକ୍ତ ଧକ୍କା ଦେଲା ବାଇକି କୁ|ସେ ସମୟ ରେ ବିଚଳିତ ସମରେଶ ଆଖିପିଛୁଳାକେ ଟଳି ପଡିଲା ରାଜପଥ ଉପରେ, ସମରେଶ ର ମଥା ର ପଛପଟ ଦହି ହାଣ୍ଡି ଫାଟିଯାଇ ରାସ୍ତା ସାରା ରକ୍ତର ଗାଲିଚା |ସୁନି ଅଚେତ ଅବସ୍ଥାରେ, ତାର ବେଶୀ କିଛି କ୍ଷତି ହୋଇନଥିଲା କାରଣ ସେ ହେଲେଁମେଟ ପିନ୍ଧିଥିଲା |ସମରେଶ ର ପ୍ରାଣ ବାୟୁ ଉଡିଯାଇଥିଲା ସେହି ଗାଡି ମଟର ଗହଳି ପୂର୍ଣ୍ଣ ରାଜ ରାସ୍ତାରେ |ମୃତ୍ୟୁ ଶରୀର କୁ ନେଲା ବେଳେ ସମରେଶ ର ଆତ୍ମା ସମସ୍ତଙ୍କୁ ମନା କରୁଥିଲା ମୋତେ ନିଅନାହିଁ, ମୁଁ ମୋ ପରିବାର ସହିତ ବଞ୍ଚିବାକୁ ଚାହେଁ... କିନ୍ତୁ ଅଦୃଶ୍ୟ ଆତ୍ମା କୁ ଦେଖୁଚି କିଏ, ନା ତା କଥା କାହାକୁ ଶୁଣା ଯାଉଛି !ସୁନି ର ପେଟ ରେ ଥିବା 3ମାସ ରଭୃଣ ଟି ଦୁନିଆ ଆଲୋକ ଦେଖିବା ପୂର୍ବରୁ ନଷ୍ଟ ହୋଇଗଲା କାରଣ ସମରେଶ ର ମୃତ୍ୟୁ ଖବର ପାଇ ସୁନି ବିଳପି ଉଠିଲା ଏସବୁ ଚିନ୍ତା ରେ ତାର ପେଟରେ ଥିବା ଭୃଣ ଟି ନଷ୍ଟ ହୋଇଗଲା |ଏସବୁ କଥା ରମେଶ ବାବୁ ଙ୍କ ମାନସ ପଟରେ ଉଙ୍କି ମାରୁଥିଲା, ହଠାତ ସେ ପ୍ରକୃତିସ୍ଥ ହେଲେ ଆଉ ସୁନି କୁ ଆଶ୍ୱାସନା ଦେଲେ|ହଠାତ ସମରେଶ ର ଆତ୍ମା ପୁଣି ସୁନି ଆଗକୁ ଆସି କହିଲା ସୁନି ମୁଁ ତୁମ କଥା କାହିଁକି ମାନିଲିନି, ତୁମ ବାପା ଙ୍କ କଥା ମଧ୍ୟ ମାନିଲିନି ସେଥିପାଇଁ ଆଜି ମୁଁ କଷ୍ଟ ପାଉଛି |ମୁଁ ତୁମ ପିଲାର ମଧ୍ୟ ହତ୍ୟାକାରୀ, ମୋତେ କ୍ଷମା କରିଦେବ ସୁନି |ମୋର ବଞ୍ଚିବାକୁ ଇଚ୍ଛା ଥିଲେ ମଧ୍ୟ ମୁଁ ଜାଣିଚି ଆଉ ବଞ୍ଚିପାରିବିନି, ମୁଁ ନିଜେ ମୋର ମୃତ୍ୟୁ କୁ ନିମନ୍ତ୍ରଣ କରିଛି |ଆଗତ ଜନ୍ମ ରେ ତୁମର ମୋର ମିଳନ ହେବ କହି ସୁନି ଠାରୁ ବିଦାୟ ନେଇ କୁଆଡେ ଉଭେଇଗଲା ସମରେଶ ର ଆତ୍ମା |ସୁନି ତାର ଭାଗ୍ୟ କୁ ନିନ୍ଦା ଦେଇ କାନ୍ଦିବା ଛଡା ତାର ପାଖରେ ଆଉ କିଛି ରାସ୍ତା ନଥିଲା |
ସଡ଼କ ସୁରକ୍ଷା ଆଇନି ଏବେ ହେଲା ଫଳରେ ଅନେକ ଲୋକ ବିକଳ ହୋଇ ହେଲେଁମେଟ ପିନ୍ଧୁଛନ୍ତି, ଲାଇସେନ୍ସ ବନାଉଛନ୍ତି, ଇନ୍ସୁରାନ୍ସ ଓ ପଲୁଶନ ଇତ୍ୟାଦି ବନାଉଛନ୍ତି|କିନ୍ତୁ ସେମାନେ ଏସବୁ ଜାଣିରଖିବା ଉଚିତ ଯେ କାହାକୁ ଏସବୁ ଡ଼ରିକି ବାନେଇଦେବା ଆଉ ତାଙ୍କ ଆଗରେ ଦେଖାଇ ମୁକ୍ତିପାଇଯିବା, ତାପରେ ହେଲେଁମେଟ କାଢି ସ୍ୱାଧୀନ ହୋଇ ଗାଡି ଚଳାଇବା ଏସବୁ କେବେଳ ଦେଖାଣିଆ ନୀତି ଅଟେ ନିଜର ଗୋଡ଼ କୁ ଆମେ କୁରାଢ଼ୀ ମାରିବା କଥା |ନିଜ ର ସୁରକ୍ଷା ନିଜ ହାତରେ ଅଟେ |ଏସବୁ କଥା ସମସ୍ତେ ହେଜିବା ଉଚିତ ନହେଲେ ଆସନ୍ନ ମୃତ୍ୟୁ କୁ ଏଡ଼ାଇବା ପରିବର୍ତ୍ତେ ସ୍ୱାଗତ କରିବା ସାର ହେବ |ଏସବୁ କଥା ପ୍ରତି କଡାକଡି ଭାବେ ନିଜେ ସଚେତନ ହେଲେ ଯାଇ ଆମେ ମୃତ୍ୟୁ କୁ ଏଡାଇ ନିଜ ପରିବାର ସହିତ ଶାନ୍ତି ରେ ଜୀବନ ଜାପାନ କରିପାରିବା |ଏସବୁ ନିୟମ ନାମାନି ଆମେ ନିଜର ମୃତ୍ୟୁ ସହ ପରିବାର ଲୋକଙ୍କ ମୁଖରୁ ହସ ଛଡାଇ ନେଉଛେ |ସଡ଼କ ସୁରକ୍ଷା ନିୟମ କୁ ଭଲ ଭାବରେ ଅବଗତ କରି ସେହି ଅନୁସାରେ ମାନି ଯାନ ଚଳାଇଲେ ନିଜଜୀବନକୁ ସୁରକ୍ଷା ଦେଇପାରିବ ସହିତ ପରିବାର ସଦସ୍ୟ ଙ୍କ ମୁଖରେ ହସ ଫୁଟାଇ ଜୀବନ ସାରା ତାଙ୍କ ସହ ଖୁସିରେ ରହିପାରିବା |

ନାମ -ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ(ଶିକ୍ଷୟିତ୍ରୀ )ବେଦପୁର, ବାଙ୍କୀ, କଟକ |


ରଚନା : ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ

ଠିକଣା : ବାଙ୍କୀ, ବେଦପୁର ,କଟକ ଦୂରଭାଷ : 7978616010