First freedom fighter of India and first Martyr of India . Gratitude from the poet to the great personality Jai Rajaguru.
ଜୟୀ ରାଜଗୁରୁ
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା
---------- -------------------- ----------
ଭାରତ ବର୍ଷର / ପ୍ରଥମ ସହିଦ୍
ଯିଏ ଗୋଟେ କଳ୍ପ ତରୁ
ଓଡ଼ିଆ ଜାତିର / ଗର୍ବ ଗୈାରବ
ସିଏ ଜୟୀ ରାଜଗୁରୁ ।।

ବ୍ରିଟିଶ ବିରୁଦ୍ଧେ / ପ୍ରଥମ ସ୍ଵାଧୀନ
ଶଂଖ ବଜାଇ ଦେଇ
ଗୋରା ସରକାର / ଛାତିରେ ଛନକା
ଅସ୍ଥିରତା ଦେଲା ଫେଇ ।।

ଅମାପ ଐଶ୍ୱର୍ଯ୍ୟ / ବର୍ଜନ କରି
ଭାରତୀୟ କାନେ କାନେ
ମା'ମାଟି ପାଇଁ ସଂଗ୍ରାମ କରିବା
ମନ୍ତ୍ର ସବୁରି ମନେ- ।।

ଭରିଦେଇ ଥିଲା, / ସେହି ମନ୍ତ୍ର ବଳେ
ସ୍ଵାଧୀନ ସଂଗ୍ରାମ ସୁରୁ
ପ୍ରଥମ ସ୍ଵାଧୀନ ସଂଗ୍ରାମୀ ତୁମେ
ଜୟ ଜୟୀ ରାଜଗୁରୁ ।।

ଆଦ୍ୟ ସ୍ଵାଧୀନ / ସଂଗ୍ରାମ ମଞ୍ଜି
ଭାରତ ମାଟିରେ ଦିନେ
ପ୍ରୋଥିତ କରିଲ / ହେ ମହାନୁଭବ
ଆଜି ମନେପଡ ତୁମେ ।।

ଆଜି ସାକ୍ଷୀଅଛି / ସେହି କଳ୍ପଦୃମ
ଫାସିଦିଆ ବରଗଛ
ଇଂରେଜୀୟ ଜାତି / କଳଙ୍କ ବଖାଣେ
ଦେଖୁଅଛି ସାରା ବିଶ୍ଵ ।।

ଧନ୍ୟ କରିଛ / ଓଡ଼ିଶାର ମାଟି
ଧନ୍ୟ ବୀର ବରପୁତ୍ର
ତୁମନାମେ ଉଡେ / ଜାତୀୟ ଗୈାରବ
ବୀର ପୁଙ୍ଗବ ନେତ ।।

ତୁମେ ପୂଣ୍ୟ ଶ୍ଳୋକ / ଓଡ଼ିଆ ଜାତିର
ଆଜି ତବ ଜନ୍ମଦିନେ
ଏ ଜାତି ତୁମର / ପଦ ବନ୍ଦନା
ଗାଏ ଏହି ପୂଣ୍ୟ ଲଗ୍ନେ ।।





ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା . ଦୂରଭାଷ :