ମନରୁ ଲିଭୁନି ସେ ବାଙ୍କ ଚାହାଣି 
ଲିଭୁନି ତାର ଶୁଭ୍ର ରୂପ
ନଦୀପଠା ରାଣୀ ଜିଣିଛି ହୃଦୟ
ଭୂଲି ହେଉନି ସେ ହସ

ଲକ୍ଷେ ସୁନ୍ଦରୀଙ୍କ ରୂପର ମହକ
ନେଇଛି ସେତ ଚୋରାଇ
ଯେତେ ଦେଖିଲେବି କାହିଁକି କେଜାଣି
ଆଖିତ ବୋଲ ମାନୁନି

ଘୁରି ଫେରି ଅନାଇ ଦେଖୁଛି
ଦେଖୁଛି ଆଢୁଆଳେ ଛପିକି
ମଦନ ପରସେ ଆତୁର ବଦନ
ବେଳୁବେଳ କଷ୍ଟ ବଢୁଛି

ପବନରେ ଦୋହଲେ ସରୁ କଟୀତାର
ଝୀନ୍ନ ବସନେ ଦିଶେ ଯୌବନ
ସରଗ ସୁଷମା ଦେଇ ଗଢିଛି ବିହି
ତା ପାଇଁ ସଭିଏଁ ପାଗଳ।

ଯେତେ ବଖାଣିଲେ କାଶତଣ୍ଡିଲୋ
ରହି ଯାଏ ଅନେକ
ଶରତ ସକାଳେ ମରତ ଭୂଇଁରେ
ବିଛେଇ ଦେଇଛୁ ମହକ

ଜମ୍ବେଶ୍ବରପୁର,ବାଲେଶ୍ବର
ଜମ୍ବେଶ୍ବରପୁ-୯୩୩୭୬୮୧୫୨୪ 
Writer's Details: Sudhakar Sethi
Jambeswar pur ,Balasore
Phone 9337681524
Content Category:
Submission Date: Oct 03, 2019