ରଖ ମା ଆମ୍ଭ ଗୁହାରି - ଘନଶ୍ୟାମ ସାହୁ

0
ଦୁର୍ଗତି ନାଶିନୀ ଦୁର୍ଗା ମାଆ ଗୋ
ଆସ ଆସ ଅବତରୀ
ଅବୋଧ ଅଜ୍ଞାନ ଆମେ ତୋ ସନ୍ତାନ
ଶରଣ ଗଲୁ ତୋହରି ‌।।୦।
ତୁହି ମା ଭବାନୀ ତୁହି କାତ୍ଯୀୟନୀ
ବିମଳା ବିରଜା ଦେବୀ ନାରାୟଣୀ
ଚଣ୍ଡୀ ଶାରଳା କାଳି ହିଙ୍ଗୁଳା
ଦଶଭୁଜା ମା ଗଉରୀ ।।୧ ।
ସମ୍ବଲପୁରେ ମା ତୁହି ସମଲାଈ
ଚିଲିକାରେ ଠାକୁରାଣୀ କାଳିଜାଈ
ନାନା ସ୍ଥାନେ ନାନା ନାମେ ପାଉ ପୂଜା
ସାହା ହେଉ ମା ସବୁରି ।।୨।
ଶୁମ୍ଭ ନିଶୁମ୍ଭ ମହିଷାସୁର
ଚଣ୍ଡ ମୁଣ୍ଡ ସହ ଯେତେକ ଅସୁର
ଅତ୍ୟାଚାରେ ତାଙ୍କ ବ୍ୟାକୁଳିତା ଧରା
ରକ୍ଷା କଲୁ ତୁ ସଂହାରି ।।୩।
ଦୁର୍ଗତି ରେ ଜନ୍ମି ଦୁର୍ଗା ନାମ ନେଲୁ
ଅସୁରଙ୍କୁ ନାଶି ଭାରା ଉଶ୍ୱାସିଲୁ
ଆସୁରିକ ଶକ୍ତି ହେଲାଣି ପ୍ରବଳ
ରଖ ମା ଆମ୍ଭ ଗୁହାରି ।।୪।

ସହ ସମ୍ପାଦକ --- ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା,
ଜିଲ୍ଲା ---- ଅନୁଗୋଳ
ମୋବାଇଲ ନମ୍ବର -- ୭୯୭୮୦୫୭୬୯୫

Post a Comment

0Comments
Post a Comment (0)