(ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ରେ କବିର ଶ୍ରଦ୍ଧାଞ୍ଜଳି)
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା
• ଗୋପବନ୍ଧୁ ହେ ଦରଦୀ ବନ୍ଧୁ
• ନାହିଁ ଆଉ ବନ୍ଧୁ ତୁମଭଳି
• ନିଜର ଜୀବନ ଉତ୍ସର୍ଗ କରିଛ
• ସେବା, ତ୍ୟାଗ ବଳେ କିଏ ସରି ।।
•
• ବଢି,ମରୁଡି ର କରାଳ ଛାୟା ରେ
• ଦେଶ ବି ହୁଅଇ ଦ୍ରବିଭୁତ
• ଜୀବନ ବିପନ୍ନ; ଲୁହ ଝରେ ନାହିଁ
• ବିଚଳିତ ନୋହେ କାହାଚିତ୍ତ ।।
•
• ଏବେବି ଦେଶରେ ଅନେକ ବିଭେଦ
• ସାମାଜିକ ସ୍ଥିତି ଟଳମଳ
• ସ୍ବରାଜ ର ପଥେ କେତେ ଖାଲଖମା
• ହାଡ଼,ମାଂସ କିଏ ଦେବକହ ।।
•
• ଜୀବନ ବିହୁନେ ଦେଶ ଯଶ ହୀତ
• ଚିନ୍ତା ରେ ଯେ ଜନ ମଗ୍ନ ଥିଲା
• ସେପରି ପୁରୁଷ ପୈାରୁଷତ୍ଵ କାହିଁ (ଏବେ)
• ପରାଙ୍ଗ ପୁଷ୍ଟ ସର୍ବେ ପରା ।।
•
• ଦୁଃଖୀ ଜନଗଣ ଜୀବନ ପଥରେ
• ଥିଲ ଯଥା ପାଦପ ର ଛାଇ
• ଚତୁର୍ଦ୍ଦିଗ ଆଜି ଖରା ଖାଲି ଖରା
• ସାହା ରାହା ଏଠି କେହି ନାହିଁ ।।
•
• ଅଳପ ଆୟୁଷ ଅନେକ ଆଶାର
• ମୂର୍ତ୍ତିମନ୍ତ ରୂପ ମହା ଯୋଗୀ
• ହେ ମହାନ ଆତ୍ମା ଯୋଗଜନ୍ମା ସନ୍ଥ
• ଆଖିଆଗେ ନାଚେ ତୁମ ଛବି ।।
•
• ଆଜିର ଜୟନ୍ତୀ ଅବସରେ, ମହା-
• ପୁରୁଷ ହେ ତୁମେ ମନେପଡ
• ହେ ଦେବାତ୍ମା ସତ୍ୟସନ୍ଧ ଏ ଜାତିର
• ତୁମେ ତ ଗର୍ବ ଗଉରବ ।।
ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା ଫୋନ ନମ୍ବର :
Sent via Google Forms Email
0 Comments
You can write now your valuable comments here. Off-topic comments may be removed or deleted without prior notice.