ଓଡିଶା ମଉଡ଼ମଣି - ପ୍ରଣତି ମହାପାତ୍ର

0
ଓଡିଶା ମଉଡ଼ମଣି
🏵🏵🏵🏵🏵

ସାରା ଉତ୍କଳର ମଣି ପରା ତୁମେ
ନାମ ଯେ ଉତ୍କଳ ମଣି,
ସତ୍ୟବାଦୀର ସତ୍ୟାର୍ଥୀ ହୋଇ
ଦୁଃଖି ରଙ୍କିଙ୍କର ପରଶମଣି।
ବଢିମରୁଡିରେ ଦେବଦୂତ ସାଜି
ଖାଦ୍ୟ ବସ୍ତ୍ର ବାଣ୍ଟୁଥିଲ,
ରକ୍ତର ପିଲାକୁ ତୁଛ କରି ଦେଇ
ଦେଶ ସୁରକ୍ଷାରେ ବ୍ରତୀହେଲ।
ଦୁଃଖ ପ୍ରପୀଡ଼ିତ ଜନତାଙ୍କ ପାଇଁ
ଲୁହ ଲହୁ ଏକାକାର କରି,
ଧର୍ମ ପରାୟଣା ସନ୍ତାନ ତୁମେ ଉଜ୍ଜଳ
କଲ ପିତା ଦୈତାରି।
ପରଦୁଃଖ ଦେଖି ଆଖିରୁ ତୁମର
ଲୋତକ ବହେ ଝରଝର,
ସ୍ଵାଧୀନତା ପାଇଁ କରିଥିଲ ଦାସେ
କାରାବାସ ବହୁବାର।
ବନ୍ଦୀଗୃହେ ରଚି ଯାଇଅଛ ନାନା
ଅମୂଲ୍ୟ ପୁସ୍ତକ ମାନ,
ତ୍ୟାଗ ସେବା, ଦୟା ପ୍ରେମ ନିସ୍ଵାର୍ଥ
ଭାବର ମଣିଷ ତୁମେ ଅମ୍ଲାନ।
ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ
ଭାଷା ପାଇଁ ସୁରକ୍ଷା,
ସମ୍ବାଦ ଭିତ୍ତିକ ଦୈନିକ କାଗଜ
ସମାଜର ତୁମେ ସ୍ରଷ୍ଟା।
କୋଟି ଓଡିଆର ମଉଡ଼ମଣି ହେ
ଆମେ ତୁମଲାଗି ଗର୍ବିତ,
ପ୍ରଣତି ଜଣାଏ ଚରଣେ ତୁମର
ଘେନ କୋଟି ପ୍ରଣିପାତ।
🏵🏵🏵🏵🏵🏵
ପ୍ରଣତି ମହାପାତ୍ର
ଫକୀରମୋହନ ନଗର
ବାଲେଶ୍ଵର

ରଚନା : ପ୍ରଣତି ମହାପାତ୍ର

ଠିକଣା : ଫକୀରମୋହନ ନଗର
ବାଲେଶ୍ଵର ଫୋନ ନମ୍ବର : ୭୯୭୮୨୭୧୭୨୮


Post a Comment

0Comments
Post a Comment (0)