ସମ୍ପର୍କ.....
.... ........................
ସୁଖ ବେଳେ ସାଥୀ ହୋଇ
ହସିବାକୁ ଲୋଡା ହୁଅ ତୁମେ,
ଦୁଃଖ ବେଳେ ଖୋଜିହୁଁଏ
ଗୋଟା ପଣେ ଝରିଯିବା ପାଇଁ
ତୁମ ଆଶ୍ଳେଷରେ
ସମ୍ପର୍କ ଏ ବୈଚିତ୍ରର....
ବ୍ୟକ୍ତିତ୍ୱର ସମ୍ଭ୍ରାନ୍ତ ପଣରେ
ତରଳି ଯାଏ
ଯୁଗ ଯୁଗର ପୁଞ୍ଜୀଭୂତ
ଜମାଟ ବନ୍ଧା..
ଦୁଃଖର ବରଫ ମେରୁ.
ଅଦ୍ଭୁତ ସେ ଯାଦୁକରି ଭାଷା.
ଅଭିଭୂତ କରେ ନିତି----
ଅକୁହା କାହାଣୀ ସବୁ.
ଫିଟି ହୋଇ ଯାଏ ଆପଣାଛାଏଁ--//
ଭାନୁମତୀର ପେଡୀରୁ,
ନିଗାଡ଼ି ହେଲା ପରି.
ନାମହୀନ ସମ୍ପର୍କ ଏ ସତ...
ଲୁହର ଭରା ଭର୍ତ୍ତୀ ନୟନର
ନିରବ ବକ୍ତବ୍ୟ ତୁମେ,
ଖୁସିରେ ଉବୁଟୁବୁ ଚଳ ଚଞ୍ଚଳ
ଚାହାଣୀର ଭାଷାବି ତୁମେ.......

ମିନତୀ ଦାଶ
ସ୍ବା-ପ୍ରଦୀପ କୁମାର କର
ସା-ପୂର୍ଣ୍ଣଚନ୍ଦ୍ରପୁର
ପୋ-ଭଞ୍ଜପୁର
ମୁର୍ଗାବାଡି,ବାରିପଦା
ଜିଲ୍ଲା-ମୟୂରଭଞ୍ଜ
ପିନ୍-୭୫୭୦୦୨
ମୋ-୯୪୩୮୪୭୮୬୫୯
ମେଲ-minatimini212@gmail.com



ରଚନା : ମିନତୀ ଦାଶ

ଠିକଣା : ସ୍ବା-ପ୍ରଦୀପ କୁମାର କର, ସା-ପୂର୍ଣ୍ଣଚନ୍ଦ୍ରପୁର, ପୋ-ଭଞ୍ଜପୁର, ମୁର୍ଗାବାଡି, ବାରିପଦା, ପିନ୍-୭୫୭୦୦୨, ମୋ-୯୪୩୮୪୭୮୬୫୭, ମେଲ୍ ଆଇଡି-minatimini212@gmail.com ଦୂରଭାଷ : 9438478657