କବିତା - ମା ଚାହେନା ରକ୍ତ - ସୁଧାକର ସେଠୀ

0

ମା ଚାହେଁନା ରକ୍ର
💥ସୁଧାକର ସେଠୀ

ରକ୍ତ କେବେ ଚାହେଁନା ମା
ଚାହେଁନା ନିର୍ମମ ହତ୍ୟା
ଜଗତ ଜନନୀ କେମିତି ସହିବ
ଦେଖି ତା ସନ୍ତାନର ଚିତା

ମିଛରେ ଖାଲି କରୁଛ ଚିତ୍କାର
ମା ଚାହେଁ ରକ୍ତ
ଶହ ଶହ ନୀରିହ ଜୀବକୁ ମାରି
ବୋଲାଉ ଅଛ ତୁମେ ଭକ୍ତ

ଖେଳିଲ ହୋରୀ ରକ୍ତରେ
ଜିହ୍ବା ଲାଳସା ପାଇଁ
ମା ତ ସଦା ଅଭୟ ଦାୟିନୀ
ନିନ୍ଦା ଦେଉଛ କାହିଁ ପାଇଁ

ସନ୍ତାନର ମଙ୍ଗଳ ପାଇଁ
ସଦା ହୁଏ ତା ଆତ୍ମା ଆନ୍ଦୋଳିତ
ଏ ଶୁଭ ଲଗନେ ମରତ ଆଗମନେ
କାହିଁକି ଦେଉଛ ତୁମେ ଦୁଃଖ

ହଟୁ ବଳି ପ୍ରଥା ହଟୁ ଏ କ୍ରୁରତା
ହଟୁ ଏ ହୀନ ମାନସିକତା
ସରବେ ରୁହନ୍ତୁ ସକୁସଳେ
ନ ଝରୁ ନୀରିହର ରକତ ଟୋପା।

ଜମ୍ବେଶ୍ବରପୁର,ବାଲେଶ୍ବର
ଦୁରଭାଷ-୯୩୩୭୬୮୧୫୨୪



ରଚନା : ସୁଧାକର ସେଠୀ

ଠିକଣା : ଜମ୍ବେଶ୍ବରପୁର
ବାଲେଶ୍ବର ଦୂରଭାଷ : ୯୩୩୭୬୮୧୫୨୪

Post a Comment

0Comments
Post a Comment (0)