ମା ଆସିଛି
💥ସୁଧାକର ସେଠୀ
ଶରଦ ସକାଳେ ମରତ ଭୂବନେ
ମା ଆସି ହୋଇଛି ଉଭା
ମୃଣମୟ ମୂରତି ଦେଖି ଦେଲେ ଥରେ
ଦିଶି ଯାଉଛି ସ୍ବର୍ଗୀୟ ଆଭା
ଅଷ୍ଟମୀ ତିଥିରେ ଜଗତ ହସୁଛି
ପୂଜା ହେବେ ମା ଭବାନୀ
ଦୁର୍ଗତି ନାଶିନୀ ଅସୁର ସଂହାରିଣୀ
ଜଗତେ ଅଭୟ ଦାୟିନୀ
ପୂରପଲ୍ଲୀ ଦେଖ ହୋଇଛି ସଜେଇ
ହସୁଛି ନଗର ଉଆସ
ନଦୀ ପଠା ରାଣୀ ଅଶିଣୀ ସୁନ୍ଦରୀ
ଓଢଣୀ ତଳେ ତା ଲାଜୁଆ ହସ
ସନ୍ଧ୍ୟାରେ ଦିଶେ ଆଲୋକ ପୂଆର
ଆହା ସତେ କେଡେ ମନୋହର
ରଂଗ ବେରଙ୍ଗର ସେ ଚକମକ ରୂପ
ମନରେ ଆଣେ ସପନ ଜୁଆର
କେମିତି ବିତିଲା ଏ ତିନି ଦିନ
ଆସିଛି ଆଜି ବିଜୟ ଦଶହରା
ଶାକ୍ତ ପରମ୍ପରାର ମହାର୍ଘ ଲଗନେ
ତ ବିନା ସବୁ ଲାଗେ ଅଧୁରା।
ଜମ୍ବେଶ୍ବରପୁର,ବାଲେଶ୍ବର
ଦୁରଭାଷ-୯୩୩୭୬୮୧୫୨୪
ରଚନା : ସୁଧାକର ସେଠୀ
ଠିକଣା : ଜମ୍ବେଶ୍ବରପୁର
ବାଲେଶ୍ବର ଦୂରଭାଷ : ୯୩୩୭୬୮୧୫୨୪
Sent via Google Forms Email