******ଶିଶିର ବିନ୍ଦୁ *******
***********************.
କୁମୁଦିନୀ ବେହେରା

ତୁମ ହୃଦୟର ଘାସ ଗାଲିଚାରେ
ମୁଁ ଏକ ଶିଶିର ବିନ୍ଦୁ,
କିଛି କ୍ଷଣ ମୋର ଆୟୁଷ ଭିତରେ
ସ୍ଵପ୍ନ ମୋ ଅତଳ ସିନ୍ଧୁ l୧।

ଜାଣିଛି ରବିର ଆଗମନେ ହେବ
ମୋ ଆୟୁ ତଇଳ ଶେଷ,
ତଥାପି ସୃଷ୍ଟିରେ ଖୋଜଇ ମୁଁ ସଦା
ଗଙ୍ଗଶିଉଳୀ ପରଶ l୨।

ସପ୍ତ ରଙ୍ଗ ନେଇ ରଙ୍ଗାୟିତ ମୁହିଁ
ଅଙ୍ଗେ ଅଙ୍ଗେ ମୋ ତରଙ୍ଗ
ଚନ୍ଦ୍ରlଳସି ମୁଁ ଯେ ଚାନ୍ଦ କିରଣରେ
କାବ୍ଯ ଲେଖଇ ନିଶଙ୍କ l୩।

ଝିଙ୍କାରୀ ଶବଦ ବୀଣାର ଝଙ୍କାରେ
ଦିଏ ନିଜକୁ ହଜାଇ,
ଘାସ ପାଖୁଡ଼ାର ପ୍ରଣୟ ପରଶେ
ମଧୁ ବସନ୍ତକୁ ପାଇ l୪।

ମହୁଆ ପଣର ମହୁ ପିଇ ମୁଁ ଯେ
ଛନ୍ଦରେ ହୁଏ ବିଭୋର,
ବହଳ ବହଳ ବଉଦ କୋଳରେ
ଚାନ୍ଦ ସଙ୍ଗେ ଭାବ ମୋର l୫।

ଜ୍ୟୋସ୍ନାଭିଜା ରାତି ବିଭୋରିତ ମତି
ହୁଏ ମୁଁ ଧରଣୀ କୋଳେ,
କୁସୁମସମ୍ଭାରେ ଦୋଳlୟିତ ରଙ୍ଗେ
ଉଲ୍ଲାସେ ବିଳାସେ ଖେଳେ l୬।

କୁମୁଦିନୀ ବେହେରା,
ଶିକ୍ଷୟିତ୍ରୀ, ଭାଗୀରଥୀ ପୁର୍ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅନୁଗୋଳ l ମୋ-୮୯୧୭୩୪୩୬୬୮
ମେଲ ଆଇଡି--kumudini730@gmail.cim



ରଚନା : କୁମୁଦିନୀ ବେହେରା

ଠିକଣା : ଶିକ୍ଷୟିତ୍ରୀ, ଭଗୀରଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ, ଅନୁଗୁଳ ଦୂରଭାଷ : ୮୯୧୭୩୪୩୬୬୮