ଖୋଜୁଛି ନିଇତି ଗାନ୍ଧୀଙ୍କୁ
ଖୋଜୁଛି ସେ ନୀତି ଆଦର୍ଶ
ଦୁନିଆକୁ ତଉଲିବା ଆଗରୁ
ନିଜ ଭିତରେ ହରାଉଛି ସାମର୍ଥ

ସତକଥା ପଦେ କହୁଛି କଷ୍ଟରେ
କେତେ ରାଣ ନିୟମରେ
ମିଛ କହିବାକୁ ଯେମିତି ମୋ ଜନ୍ମ
ନେତା ବନିଛି ମୁଁ ମୂଲକରେ

ପ୍ରତିଶୃତି ପରେ ପ୍ରତିଶୃତି
ପାଟିରେ ବାଜୁନି ବାଟୁଳି
ଗାନ୍ଧିଙ୍କୁ ଆଦର୍ଶ କରିଛି କଥାରେ
କାମରେ ବ୍ୟତିକ୍ରମ ଦିଶଇ

ଖୋଜୁଛି ଗାନ୍ଧୀଙ୍କୁ ବିଜନେ
ନିଜ ସ୍ବାର୍ଥ ସିଦ୍ଧି ପାଇଁ
ମହାତ୍ମା ବୋଲି ଜଗତ ଜାଣିଛି
ମୋ ପାଖେ ମହତ ଟିକକ ନାହିଁ

ସରକାରୀ ଚାକିରି କିବା କହିବି
ମୁଳରୁ ପାହାଚ ପାହାଚ
ମିଛରେ ବୁଡି ରହିଛି ବିଭାଗ
ଚାନ୍ଦା ଚପଟ ତାର ମୂଳ ଅସ୍ତ୍ର

ଦରମାଠାରୁ ଉପୁରି ଅଧିକ
ଭାରି ସୁଆଦିଆ ଚିଜ
ହାତକୁ ଆସିଲେ ମହାଆନନ୍ଦ
ଦୁନିଆରେ ବଢେ ଗରବ

ନିର୍ଲଜ ଭଳି ଖୋଜୁଛି ଗାନ୍ଧୀଙ୍କୁ
ଖୋଜୁଛି ସେ ନୀତିଆଦର୍ଶ
ବେଳ ଅବେଳେ ହେଲେ ସବାର
ବନେ ଅଦରକାରୀ ମଣିଷ

କାହିଁକି ହେଲା କେମିତି ହେଲା
ଆମେ କିଆଁ ଗଲୁ ବଦଳି
ସ୍ବାଧିନତ୍ତୋର ଭାରତ ଭୂଖଣ୍ଡେ
ଲାଞ୍ଚ ମିଛରେ ରହିଲୁ ବୁଡି

ଜଣେ ମଣିଷ ନା ହାତେ ଅସ୍ତ୍ର
ଦେଶକୁ କଲା ସ୍ବାଧିନ
କଥାରେ କାମରେ ସତ୍ୟତା ବଳେ
ଜଗତ କରୁଛି ନମନ

କିଛି ଶିଖୁନୁ କିଛି ବି ହେଜୁନୁ
ସ୍ବାର୍ଥସିଦ୍ଧି ଆମ ଲକ୍ଷ୍ୟ
ସତ୍ୟ ଶାନ୍ତି ଅହିଂସାକୁ ଛାଡି
ଧ୍ବଂସପଥେ ଆମେ ପଥିକ

ତଥାପି କିଛି ହୋଇନି ଡେରି
ନିଜକୁ ବଦଳାଇ ଦେବା
ସଂସାର ଅସାର ମିଛ ଅହମିକା
ଭଲପାଇବା ବୁଣି ଦେଇ ଯିବା

ବାପୁର ସ୍ବପ୍ନ ରାମ ରାଇଜ
ହସିବ ଖିଲିଖିଲି
ନଥିବ ଅସତ୍ୟ ଲାଞ୍ଚ ମିଛ
ନଥିବ ରାହାଜାନି

ଶହେ ପଚାଶତମ ଜୟନ୍ତୀରେ
ଆସ ନେବା ସଭିଏଁ ଶପଥ
ସତ୍ୟ ଅହିଂସାକୁ କରିଣ ଅସ୍ତ୍ର
ଆଗେଇ ନେବାରେ ଦେଶ ।

ଜମ୍ବେଶ୍ବରପୁର,ବାଲେଶ୍ବର
ଦୁରଭାଷା-୯୩୩୭୬୮୧୫୨୪ 
Writer's Details: At.Jambeswarpur
Po.Genguty
Dist.Balasore
PIN.756056
Phone.9337681524
sruti.bls@gmail.com
Content Category:
Submission Date: Oct 03, 2019