ଫଗୁଣ ଜଳୁଛି......

ମେଘ ପଣତରେ ଆକାଶଟା ଆଜି
ଯାଇଛି ଘୋଡେ଼ଇ ହୋଇ
ସୂରୁଯ ଲୁଚିଛି ବଉଦ ଗାଆଁରେ
ସକାଳକୁ ଠକି ଦେଇ ।

କାହା ଅପେକ୍ଷାରେ ଗଙ୍ଗଶିଉଳିଟି
ପଡିଛି କାମୁଡି ମାଟି
କ୍ଳାନ୍ତ ଶରୀର ଦେଇଛି ଲୋଟେଇ
ପାରୁନି ଜମାରୁ ଉଠି
ଫଗୁଣ ଜଳୁଛି ଫୁଲବି ଜଳୁଛି
ଜଳୁଛି ଜହ୍ନର ଜୁଇ ।

କାଲି ତୋଳୁଥିଲା ଯେ ଲକ୍ଷେ ଝଂଙ୍କାର
ଆଜି ସିଏ ଗଲା ଭାଙ୍ଗି
କିଏ ଅପରୂପା ସ୍ନିଗ୍ଧ ଚିନିଚଂପା
ଏତେ ସରି ଯାହା ଲାଗି
ନିଦ ନଈକୂଳେ ସପନ ବସିଛି
ରାତିର ତ ଦେଖିନାହିଁ ।

ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ ପିପିଲି ପୁରୀ
ମୋ-୯୮୫୩୩୫୪୯୩୮



ରଚନା : ପ୍ରକାଶ କୁମାର ଚାନ୍ଦ

ଠିକଣା : ଜୟପୁର ଶାସନ ପିପିଲି ପୁରୀ ଦୂରଭାଷ : ୯୮୫୩୩୫୪୯୩୮