କବିତା - ଏମିତି କାହିଁକି ହୁଏ - ପ୍ରକାଶ କୁମାର ଚାନ୍ଦ

0

ଏମିତି କାହିଁକି ହୁଏ

କିଛି ମୁଁ ଲେଖିଲେ କଲମ କାହିଁକି
ଅଟକି ଯାଉଛି ମୋର
କିଛି ମୁଁ ଭାବିଲେ ଭାବନା କାହିଁକି
ହୋଇଯାଏ ଶୂନ ଘର। ।।

କିଛି ମୁଁ ଦେଖିଲେ ଦୃଶ୍ୟଗୁଡା ସବୁ
ଅଦୃଶ୍ୟ କାହିଁକି ଦିଶେ
କିଛି ମୁଁ କହିଲେ ପ୍ରତିଧ୍ୱନି ହୋଇ
ନିଜ ପାଖୁ ଫେରି ଆସେ
କିଛି ମୁଁ ପଢିଲେ କେଜାଣି କାହିଁକି
ଅଧା ରହିଯାଏ ମୋର ।
କିଛି ମୁଁ ଲେଖିଲେ କଲମ କାହିଁକି
ଅଟକି ଯାଉଛି ମୋର ।।

କିଛି ବାଟ ଗଲେ ପାଦ ମୋ କାହିଁକି
ଠିକଣା ଟା ଭୂଲି ଯାଏ
କାଲି ଯିଏ ଥିଲା ନିଜଠୁ ନିଜର
ଆଜି ପର କରି ଦିଏ
ନିଜେ ମୁଁ ନିଜକୁ କରୁଥାଏ ପ୍ରଶ୍ନ
ଏମିତି କାହିଁକି ହୁଏ। ।।
କିଛି ମୁଁ ଲେଖିଲେ କଲମ କାହିଁକି
ଅଟକି ଯାଉଛି ମୋର ।।

ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ ପିପିଲି ପୁରୀ
ମୋ.୯୮୫୩୩୫୪୯୩୮



ରଚନା : ପ୍ରକାଶ କୁମାର ଚାନ୍ଦ

ଠିକଣା : ଜୟପୁର ଶାସନ ପିପିଲି ପୁରୀ ଦୂରଭାଷ : ୯୮୫୩୩୫୪୯୩୮

Post a Comment

0Comments
Post a Comment (0)