ଅଗ୍ନି
ମଶାଣିରେ ପରା ଜଳିଲେ ତ ଜୁଇ
ବେଦିରେ ଜଳିଲେ ହୋମ
ଧୂପରେ ଲାଗିଲେ ଭକ୍ତିର ସଯୋଂଗ
ହୃଦୟେ ଜଳିଲେ ପ୍ରେମ ।

କେବେ ଜଳେ ସିଏ ଶୀତ ସକାଳରେ
ଜନମେ ଏନ୍ତୁଡି ଶାଳେ
ବତୀଘରେ ପରା ଜଳୁଥିଲେ ଦେଖି
ନାବିକ ଫେରଇ କୂଳେ
ଏମିତିକା ଚିଜ ଏଇ ଦୁନିଆରେ
କେହି ନୁହେଁ ତାର ସମ ।
ମଶାଣିରେ ପରା ଜଳିଲେ ତ ଜୁଇ
ବେଦିରେ ଜଳିଲେ ହୋମ ।

କେବେ ଜଳି ପୁଣି ଚୁଲିର କୋଳରେ
ଜାଳକୁ ପାଉଁଶ କରେ
ଠାକୁରଙ୍କ ଆଗେ ଆଳତୀ ନାମରେ
ଦୁଃଖ ଚିନ୍ତା ସବୁ ହରେ
ଜଳୁଛି ଜଳିବ ଜାଳୁଛି ଜାଳିବ
ଜଳିଵାଟା ତାର ଧର୍ମ
ମଶାଣିରେ ପରା ଜଳିଲେ ତ ଜୁଇ
ବେଦିରେ ଜଳିଲେ ହୋମ ।

ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ ପିପିଲି ପୁରୀ
ମୋ.୯୮୫୩୩୫୪୯୩୮



ରଚନା : ପ୍ରକାଶ କୁମାର ଚାନ୍ଦ

ଠିକଣା : ଜୟପୁର ଶାସନ ପିପିଲି ପୁରୀ ଦୂରଭାଷ : ୯୮୫୩୩୫୪୯୩୮