======ଦୂର ଦୃଷ୍ଟି======
~~~~~~~~~~~~~~
ଚକ୍ଷୁ ପିଡା ଦିନେ ବଢିଗଲା ମୋର ଅସହ୍ୟ
ଡାକତର ବାବୁ କହିଲେ ତୁରନ୍ତ
ଚଷମା ଗୋଟାଏ ଲଗାଅ ।
ଦୂର ଦୃଷ୍ଟି ଦୋଷ ହେଇଛି ତୁମର ଚକ୍ଷୁରେ
ପାଖ ଜିନିଷଟା ଦିଶୁଥିବ ସଫା
ଝାପସା ଦିଶିବ ଦୂରରେ ।

ଘରେ ପହଞ୍ଚି ମୁଁ କହିଲି ପତ୍ନୀଙ୍କୁ ଘଟଣା
ସୁନ୍ଦର ଦିଶନ୍ତା ଦୂର ଜିନିଷଟା
ଲଗେଇଲେ ଗୋଟେ ଚଷମା ।
କଥା ଶୁଣି ମୋର ପତ୍ନୀ ରଖିଲେ ଟିପ୍ପଣୀ
ପାରା ଠୁଁ ବି ତୁମ ଆଖି ପରିସ୍କାର
ଏ କଥା ମୁଁ ଅବା ଜାଣିନି !

ଡାକିନେଲେ ଦିନେ ଛାତ ଉପରକୁ ରାତିରେ
ଆକାଶକୁ ହାତ ଠାରିକି କହିଲେ
କ'ଣ ଦେଖୁଛ ସେଠାରେ ?
ଅନେଇଁ ଦେଖିଲି ପୁନେଇଁ ଚାନ୍ଦଟା ଆକାଶେ
କହିଲି ପତ୍ନୀଙ୍କୁ ଆହାକି ସୁନ୍ଦର
ଚାନ୍ଦର ଚାନ୍ଦିନୀ ପ୍ରକାଶେ ।

ଛିଗୁଲେଇ ମୋତେ ପତ୍ନୀ କହିଲେ ରାଗରେ
ସହସ୍ର ଯୋଜନୁ ଦେଖୁଛ ଚାନ୍ଦକୁ
ତୁମ ଆଖି ଦୋଷ କ'ଣ ସତରେ ?
ନିଶ୍ଚେ ଏହା ତମ ଫେସନ ମିଜାଜି ଭାବନା
ବୁଝିଗଲି ଏକା ମୋ ଦୂର ଦୃଷ୍ଟିରେ
ଚଷମାଟା ଗୋଟେ ବାହାନା । ~~~~~~~୦~~~~~~~(ସରୋଜ ଶତପଥୀ)






ରଚନା : ସରୋଜ କୁମାର ଶତପଥୀଅ

ଠିକଣା : ଗାୟତ୍ରୀ ବିହାର,ଯାଜପୁର ରୋଡ୍ ,ଜିଲ୍ଲା‐ଯାଜପୁର,ପିନ‐୭୫୫୦୧୯ ଦୂରଭାଷ : ୭୯୭୮୪୧୨୮୯୯