ଶିଶୁ କବିତା - ଜ୍ଞାନାଲୋକ ଦେବା ଭରି - ଶିବ ପ୍ରସାଦ ସାହୁ

0
ଆଶିଣ ସରିଲା କାର୍ତ୍ତିକ ଆସିଲା
ଆସିଲାଣି ଦୀପାବଳି
ସଂଜରେ ଦୁଆର ସଜାଇ ରଖିବା
ନୂଆ ମାଟି ଦୀପ ଜାଳି ।।
ପ୍ରଭୁ ରାମଚନ୍ଦ୍ର ଏହି ଦିନ ପରା
ରାବଣ ଅସୁର ମାରି
ଅଯୋଧ୍ୟା ଫେରିଲେ ମନ ଆନନ୍ଦରେ
ଲକ୍ଷ୍ମଣ ସୀତାଙ୍କୁ ଧରି ।।
ବଡ଼ବଡ଼ୁଆଙ୍କୁ ଡାକିଦେବା ସବୁ
ଭାଇ ଓ କୁଟୁମ୍ବ ମିଶି
ସବୁଜ ବାଣକୁ ଫୁଟାଇବା ଆମେ
କରି କେତେ ହସଖୁସି ।।
ଆଲୋକର ପର୍ବ ବଢାଉ ସଦ୍ ଭାବ
ହସି ଉଠୁ ଆମ ଦେଶ
ସଭିଙ୍କ ମନରୁ ଦୂର ହୋଇ ଯାଉ
ହିଂସା କ୍ରୋଧ ରାଗ ରୋଷ ।।
ପର ଆପଣାର ଭେଦଭାବ ସବୁ
ଆମରି ମନରୁ ଭୁଲି
ଏକାଠି ହୋଇବା ସଭିଏଁ ଆମେରେ
ମମତା ଦୀପାଳି ଜାଳି ।।
ସତ୍ଯର ପ୍ର ଦୀପ ଜଳାଇ ଦେବାରେ
ଅସତ୍ୟକୁ ଦୂର କରି
ଅଜ୍ଞାନ ଅନ୍ଧାର ସଂସାରୁ ହଟାଇ
ଜ୍ଞାନାଲୋକ ଦେବା ଭରି ।।


ରଚନା : ଶିବ ପ୍ରସାଦ ସାହୁ

ଠିକଣା : ଗୋପିନାଥପୁର ସାହି
ଚାନ୍ଦପୁର,ନୟାଗଡ଼ ଦୂରଭାଷ : 9692374659


Post a Comment

0Comments
Post a Comment (0)